ବିହାର: ଶନିବାର ସକାଳେ ବିହାରର ବକ୍ସର ଜିଲ୍ଲାରେ ଏକ ସାମାନ୍ୟ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୁଳିମାଡ଼ ହୋଇଛି । ଏଥିରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇଛି।
ପୋଲିସର କହିବା ମୁତାବିକ, ରାଜପୁର ଥାନା ଅଞ୍ଚଳ ଅନ୍ତର୍ଗତ ଅହିଆପୁର ଗାଁରେ ସକାଳ ପ୍ରାୟ ୫ଟାରେ ସଂଘର୍ଷ ଘଟିଥିଲା ଏବଂ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହିଂସାତ୍ମକ ରୂପ ନେଇଥିଲା। ସମ୍ପତ୍ତି ବିବାଦକୁ ନେଇ ଏହି ଗାଳିମାଡ଼ ହୋଇଛି। ତେବେ ମୃତକ ୩ ଜଣ ହେଉଛନ୍ତି ସୁନୀଲ ସିଂହ,ବିନୋଦ ସିଂହ,ବୀରେନ୍ଦ୍ର ସିଂହ। ଜିଲ୍ଲା ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ସଦର ହସ୍ପିଟାଲକୁ ପଠାଇବା ସହ ଘଟଣାର ଖୋଳତାଡ଼ କରୁଛି ।