ଭାରତୀୟ ଜୀବନ ବୀମା ନିଗମ ଶନିବାର ଦିନ ନୂଆ ରେକର୍ଡ କରିଛି। ୨୪ ଘଣ୍ଟାରେ ସର୍ବାଧିକ ଜୀବନ ବୀମା ପଲିସି କରି ସୃଷ୍ଟି କରିଛି ଗିନିଜ୍ ୱାର୍ଲ୍ଡ ରେକର୍ଡ। ଗତ ଜାନୁୟାରୀ ୨୦ ତାରିଖରେ ୨୪ ଘଣ୍ଟାରେ ଏତେ ପଲିସି କରି ଏହି ଐତିହାସିକ ରେକର୍ଡ ସୃଷ୍ଟି କରିଛି। ଏନେଇ ଏଲଆଇସି ପକ୍ଷରୁ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି।
ଗତ ଜାନୁୟାରୀ ୨୦ ତାରିଖରେ ସଂସ୍ଥାର ୪ ଲକ୍ଷ ୫୨ ହଜାର ୮୩୯ ଜଣ ଏଜେଣ୍ଟ ଦେଶବ୍ୟାପୀ ମୋଟ ୫ ଲକ୍ଷ ୮୮ ହଜାର ୧୦୭ଟି ପଲିସି ସଫଳତାର ସହିତ ସମ୍ପୂର୍ଣ୍ଣ କରିଛନ୍ତି। ଯେଉଁଥିପାଇଁ ସଂସ୍ଥା ଏହି ବିରଳ ରେକର୍ଡର ଅଧିକାରୀ ହୋଇଛି ବୋଲି ଏଲଆଇସି ପକ୍ଷରୁ କୁହାଯାଇଛି। ଏଲଆଇସିର ପରିଚାଳନା ନିର୍ଦେଶକ ସିର୍ଦ୍ଧାର୍ଥ ମହାନ୍ତି ସମସ୍ତ ଏଜେଣ୍ଟକୁ ଅନୁରୋଧ କରିଥିଲେ ଯେ, ଜାନୁୟାରୀ ୨୦ ମ୍ୟାଡ୍ ମିଲିଅନ ଡେ’ ଅବସରରେ ଅତିକମରେ ଗୋଟିଏ ପଲିସି କରିବାକୁ କହିଥିଲେ। ଯାହାଫଳରେ ସଂସ୍ଥା ଏକ ବଡ଼ ସଫଳତା ହାସଲ କରିପାରିଥିଲା ବୋଲି ଏଲଆଇସି ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି। ଏହି ଅବସରରେ, ମହାନ୍ତି 'ମ୍ୟାଡ୍ ମିଲିୟନ୍ ଡେ'କୁ ଐତିହାସିକ କରିବା ପାଇଁ ସମସ୍ତ ଗ୍ରାହକ, ଏଜେଣ୍ଟ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, "ଏହା ଆମର ଏଜେଣ୍ଟମାନଙ୍କ ନିଷ୍ଠୁର ସମର୍ପଣ, ଦକ୍ଷତା ଏବଂ ଅକ୍ଳାନ୍ତ କାର୍ଯ୍ୟ ନୀତିର ଏକ ଶକ୍ତିଶାଳୀ ପ୍ରମାଣ। ଏହି ସଫଳତା ଆମର ଗ୍ରାହକ ଏବଂ ସେମାନଙ୍କ ପରିବାରକୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ଆମର ଲକ୍ଷ୍ୟ ପ୍ରତି ଆମର ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ"।