ନୂଆଦିଲ୍ଲୀ: ବଦ୍ରିନାଥରୁ ଡେରାଡୁନ ଅଭିମୁଖେ ଆସୁଥିବା ହେଲିକପ୍ଟର କ୍ରାସ୍ ହେବା ଘଟଣାରେ ସମସ୍ତ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପାଇଲଟ୍ ଏବଂ ୫ ଜଣ ଯାତ୍ରୀ ରହିଛନ୍ତି । କ୍ୟାପଟେନ୍ ହିମାଂଶୁ ଓ ୫ ଜଣ ଯାତ୍ରୀ ପ୍ରଥାପା, ଅରୁଣ. ଶଙ୍କର ଗୌଡ଼ା, ସୁଧୀର କେ ଏବଂ ଏସଏସ ନଟରାଜ । ସମସ୍ତ ଯାତ୍ରୀ ବେଙ୍ଗାଲୁରୁରୁ ଉତ୍ତରାଖଣ୍ଡ ବୁଲିବାକୁ ଆସିଥିଲେ । ଏ ନେଇ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଶୁକ୍ରବାର ଦିନ ଖରାପ ପାଗ ସତ୍ତ୍ୱେ ବଦ୍ରିନାଥକୁ ବିମାନ ଚଳାଚଳ ଜାରି ରହିଥିଲା। ଅପରାହ୍ନ ୧:୧୨ ସମୟରେ ହେଲିକପ୍ଟରଟି ଡେରାଡୁନ୍ ଅଭିମୁଖେ ଉଡ଼ାଣ ଭରି ଥିଲା । କିନ୍ତୁ ହଠାତ ଏହା ଆକାଶରେ ନିଖୋଜ ହୋଇଗଲା।
ଜୋଶୀନାଥ ଅନ୍ତର୍ଗତ ଚାଇ ଗ୍ରାମ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ ହୋଇଥିବା ଜଣାପଡ଼ିଥିଲା । ତୁରନ୍ତ ସେନା, ଏସଡିଆରଏଫ୍ ଏବଂ ଏନଡିଆରଏଫ୍ ଟିମ ଉଦ୍ଧାର କାର୍ଯ୍ୟରେ ଲାଗି ଯାଇଥିଲେ । ତେବେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।
ବଦ୍ରିନାଥ ଏବଂ ଯୋଶୀମଠ ନିକଟସ୍ଥ ପାଣ୍ଡୁକେଶ୍ୱରର 'ଭେଦ ଗଡେରା' ନିକଟ ଏକ ପାହାଡ଼ିଆ ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ହେଲିକପ୍ଟରଟି 'ଟ୍ରାନ୍ସ ଭାରତ' (Trans Bharat) ନାମକ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା ।