ବିହାର ବିଧାନସଭା ନିର୍ବାଚନ, ପ୍ରଚାର ମଇଦାନକୁ ଓହ୍ଲାଇବେ ଯୋଗୀ ଆଦିତ୍ୟନାଥ 6 ଦିନରେ କରିବେ 18 ଟି ରାଲି
Khabar Odisha:Yogi-Adityanath-to-address-18-rallies-in-6-days
ପାଟନା, ଅକ୍ଟୋବର ୧୭ (ଖବର ଓଡ଼ିଶା):

ବିହାର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ତାରକା ପ୍ରଚାରକ ମାନେ ମଇଦାନକୁ ଓହ୍ଲାଇବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଗଲେଣି । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନେକ ସମାବେଶର କାର୍ଯ୍ୟସୂଚୀ ସ୍ଥିର ହୋଇଛି । ପିଏମ ମୋଦୀଙ୍କ ସମାବେଶ ପୂର୍ବରୁ ସିଏମ ଯୋଗୀଙ୍କ ରାଲି ପ୍ରଥମେ ରଖାଯାଇଛି । ୟୁପି ମୁଖ୍ୟମନ୍ତ୍ରୀ ବିହାରରେ 6 ଦିନ ମଧ୍ୟରେ 18 ଟି ରାଲି କରିବେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଅକ୍ଟୋବର 20 ରୁ ବିଜେପି ନେତାମାନେ କେମୁରରୁ ନିଜର ରାଲି ଆରମ୍ଭ କରିବେ ।

20 ଅକ୍ଟୋବରରେ, ବିହାରର କେମୁର, ଅରୱାଲ ଏବଂ ରୋହତସରେ ସିଏମ ଯୋଗୀ ଆଦିତ୍ୟ ନାଥଙ୍କ 3 ଟି ବୈଠକ ହେବ। ଅକ୍ଟୋବର 20 ରେ ସକାଳ 9 ଟାରେ ସିଏମ ଯୋଗୀ ଲକ୍ଷ୍ନୌ ଛାଡି ବିହାର ଅଭିମୁଖେ ଯାତ୍ରା କରିବେ, ଏହା ପରେ ପ୍ରଥମ ବୈଠକ ସକାଳ 12 ଟାରେ କେମୁରରେ, ଦ୍ୱିତୀୟ ସଭା ଅରୱାଲରେ ଅପରାହ୍ନ 2 ଟାରେ ଏବଂ ରୋହତସର ବିକ୍ରମଗଞ୍ଜରେ ଅପରାହ୍ନ 3.15 ରେ ତୃତୀୟ ସଭା ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

  • Tags:

Subscribe

National International State Sports Entertainment