ବହରାଇଚ୍: ୯ ଜଣ ଶିଶୁଙ୍କ ସମେତ ୧୦ ଜଣଙ୍କୁ ଶିକାର କରିଥିବା ଏହି ଗଧିଆର ଗର୍ଜନ ବୁଧବାର ଶୁଣାଯାଇ ନାହିଁ। ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲା ମହସୀ ବ୍ଲକ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ଯାଦବ କହିଛନ୍ତି ଯେ ଜିଲ୍ଲାପାଳ ମୋନିକା ରାଣୀଙ୍କ ନେତୃତ୍ୱରେ ୧୧ ଜଣ ଜିଲ୍ଲାସ୍ତରୀୟ ଅଧିକାରୀ ଗାଁ ଗସ୍ତ କରୁଛନ୍ତି। ଗଧିଆ ଆକ୍ରମଣକୁ ରୋକିବା ପାଇଁ ପୂରା ବଳରେ ତଦାରଖ କରାଯାଉଛି।
ବନ ବିଭାଗର ୧୬ଟି ଟିମ୍ ଲଗାତାର କମ୍ବିଂ ଅପରେଶନସ କରୁଛନ୍ତି। ସଂଧ୍ୟାରେ ଗାଁଗାଁରେ ଗୁଳି ଓ ବାଣ ଫୁଟିବା ଶବ୍ଦ ଶୁଣିବାକୁ ମିଳୁଛି। ଲାଉଡ୍ ସ୍ପିକରରୁ ଦୂର ଦୂରାନ୍ତୁ'ର ଶବ୍ଦ ଶୁଣିବାକୁ ମିଳୁଛି। ୨୦୦ ପୁଲିସ ଓ ପିଏସି ଯବାନଙ୍କୁ ନଜରରେ ରଖାଯାଇଛି। ଗାଁ ଲୋକେ ଦଳବଦ୍ଧ ଭାବେ ବୁଲୁଥିବା ଦେଖିବାକୁ ମିଳୁଛି।
ଏତେ ଚେଷ୍ଟା ସତ୍ତ୍ୱେ ଗଧିଆକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଗାଁ ଲୋକେ ଜାଗ୍ରତ ହୋଇ ରାତି କାଟୁଛନ୍ତି। ଲୋକେସନ୍ ମିଳିବା ପରେ ଗଧିଆ ଖସି ପଳାଇଯାଇଛି ବୋଲି କୁହାଯାଉଛି। ଅନ୍ୟପଟରେ ଗଧିଆ ପାଇଁ ପ୍ରଭାବିତ ଗାଁଗୁଡ଼ିକରେ ସତର୍କତା ବଢ଼ାଇ ଦିଆଯାଇଛି।
ବିଭାଗୀୟ ବନ ଅଧିକାରୀ ଅଜିତ ପ୍ରତାପ ସିଂହ କହିଛନ୍ତି ଯେ ଆଖପାଖ ଜିଲ୍ଲାର ମୁଖ୍ୟ ବନ ସଂରକ୍ଷକ, ବନ ସଂରକ୍ଷକ, ଡିଏଫ୍ଓଙ୍କ ସହ ସମଗ୍ର କର୍ମଚାରୀ ଦିନରାତି ତଦାରଖରେ ନିୟୋଜିତ ଅଛନ୍ତି। ସର୍ଚ୍ଚ ଅପରେସନ ଜାରି ରହିଛି। ଗାଁ ଗାଁରେ କ୍ୟାମ୍ପ କରି ଲୋକଙ୍କୁ ସଚେତନ କରାଯାଉଛି।