ଭୁବନେଶ୍ୱର: ପ୍ରତିଭାବାନ ଯୁବ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ରବିବାର ନିଜର ପରିବାର ଓ ନିକଟତର ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଏକ ବ୍ୟକ୍ତିଗତ ବିବାହ ଉତ୍ସବରେ ହିମାନୀ ମୋରଙ୍କୁ ନିଜର ଜୀବନସାଥି ଭାବେ ଗ୍ରହଣ କରିଛନ୍ତି। ନିଜ ଫ୍ୟାନ୍ସ ମାନଙ୍କୁ ଏହି ଖୁସି ଖବର ସାମାଜିକ ଗଣ ମାଧ୍ୟମ ଦ୍ୱାରା କିଛି ଫୋଟୋ ମାଧ୍ୟମରେ ଦେଇଥିଲେ । ନୀରଜ ଓ ହିମାନୀଙ୍କ ବିବାହ ରବିବାର ହିମାଚଳ ପ୍ରଦେଶରେ ତାଙ୍କର ଘନିଷ୍ଠ ପରିଜନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ଚାଲନ୍ତୁ ଜାଣିବା କିଏ ହିମାନୀ ମୋର୍ ଯାହାଙ୍କ ସହ ନୀରଜ ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ।
ନିଜରଙ୍କ ପତ୍ନୀ ହିମାନୀ ସୋନିପତର ଏକ ଟେନିସ ଖେଳାଳୀ ଅଟନ୍ତି। ହିମାନି ବର୍ତମାନ ଆମେରିକାର ଫ୍ରାଂକ୍ଲିଂ ପିଅର୍ଶ ୟୁନିଭର୍ସିଟିରୁ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ବିଷୟରେ ସ୍ନାତକୋତ୍ତର କରୁଛନ୍ତି । ସେ ଦିଲ୍ଲୀର ମୀରାଣ୍ଡା ହାଉସରୁ ରାଜନୀତି ବିଜ୍ଞାନରୁ ସ୍ନାତକ ଉତ୍ତୀର୍ଣ୍ଣ କରିଛନ୍ତି । ହିମାନୀଙ୍କ ଭାଇ ହିମାଂଶୁ ମଧ୍ୟ ଜଣେ ଟେନିସ ଖେଳାଳି ଅଟନ୍ତି।
ସୂଚନାମୁତାବକ ହିମାନୀ ୨୦୧୬ ମସିହାରେ ମାଲେସିଆରେ ଅନୁଷ୍ଠିତ ୱାର୍ଲଡ ଜୁନିଅର ଟେନିସ ଚାମ୍ପିଅନସିପ୍ରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେ ୨୦୧୭ ମସିହାରେ ଦିଲ୍ଲୀ ୟୁନିଭର୍ସିଟି ତରଫରୁ ୱାର୍ଲଡ ଜୁନିଅର ଟେନିସ ଚାମ୍ପିଅନସିପ୍ରେ ଅଂଶ ଗ୍ରହଣ କରିଥିଲେ ।
ଅଲ ଇଣ୍ଡିଆ ଟେନିସ ଆସୋସିଏସନର ତଥ୍ୟ ଅନୁଯାୟୀ ୨୦୧୮ ମସିହାରେ ହିମାନୀଙ୍କ ଶ୍ରେଷ୍ଠ ଅଙ୍କ ସିଙ୍ଗଲସ୍ ରେ ୪୨ ଥିବା ବେଳେ ଡବଲସ୍ ରେ ୨୭ ଅଙ୍କ ରହିଥିଲା। ତେବେ ହିମାନୀ ଆମେରିକାରେ ସ୍ନାତକ କରିବା ସହ ମସାଚୁସେଟ୍ସରେ ଟେନିସ ଖେଳାଳିଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି ।