ଦର୍ଶକ ବନ୍ଧୁ ଆପଣ ଦେଖିଥିବେ ଟ୍ୟାପ ଖୋଲିଲେ ପାଣି ବହାରୁଛି । କଣ ଆପଣ କବେ ଦେଖିଛନ୍ତି କି ଗଛରୁ ପାଣି ବାହାରିବାର ଦୃଶ୍ୟ । ଆପଣ ଗଛରୁ କ୍ଷୀର ବାହାରୁଥିବା ଦୃଶ୍ୟ ଦେଖିଥିବେ ହେଲେ ଗଛରୁ ପାଣି ବାହାରୁ ଥିବାର ଦୃଶ୍ୟ ! ଆଜ୍ଞା ହଁ । ଆପଣଙ୍କୁ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହି ଭଳି କିଛି ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ପୃଥିବୀରେ ଥିବା ଅନେକ ରହସ୍ୟ ଗୁଡିକ ମଧ୍ୟରୁ ଗଛଲଡା ଟିକିଏ ଅଲଗା ହୋଇଥାନ୍ତି । ବୃକ୍ଷଲତା ସମ୍ବନ୍ଧରେ ଯେତେପ୍ରକାର ଦାବି କରାଗଲେ ମଧ୍ୟ ଅନେକଥର ଆମକୁ ଚକିତ କରିବା ଭଳି ତଥ୍ୟ ମିଳେ । ତେବେ ଆପଣ ମାନେ କେବେ ଗଛରୁ ପାଣି ବାହାରିବା କଥା ଶୁଣିଛନ୍ତି କି । ଏମିତି ଭାବନ୍ତୁନି କି, ଟିକିଏ ପାଣି ବାହାରୁଥିବ ବୋଧେ । ଯଦି ଏମିତି ଭାବୁଥାନ୍ତି, ତେବେ ସଂପୂର୍ଣ୍ଣ ଭୁଲ । କାରଣ ଟ୍ୟାପରୁ ଯେମିତି ପାଣି ବାହାରେ ଏହି ଗଛରୁ ଠିକ ସେମିତି ହିଁ ପାଣି ବାହାରୁଛି । ଆନ୍ଧ୍ରପ୍ରଦେଶ ଏଏସଆର ଜିଲ୍ଲାର ପପିକୋଣ୍ଡା ଜାତୀୟ ଉଦ୍ୟାନରେ ଯେତେବେଳେ ବନ ଅଧିକାରୀ ମାନେ ଏକ ଗଛକୁ କାଟିଥିଲେ, ସେଥିରୁ ନଳରୁ ପାଣି ବାହାରିବା ପରି ପାଣି ବାହାରିଥିଲା । ଆଉ ସେହି ଗଛଟିର ନାଁ ହେଉଛି ଇଣ୍ଡିଆନ ଲରେନ୍ସ । ଗରମ ଦିନରେ ଏହି ଗଛଟି ନିଜ ଭିତରେ ପାଣି ସଂଗ୍ରହ କରେ ବୋଲି କୁହାଯାଏ । ତେବେ ବୌଦ୍ଧ ଧର୍ମର ଲୋକେ ଏହି ଗଛଟିକୁ ଧାର୍ମିକ ଦୃଷ୍ଟିକୋଣରୁ ଦେଖନ୍ତି । ଖାସକରି ଗୋଦାବରୀ ଅଂଚଳରେ ପାହାଡ ନିକଟରେ ରହୁଥିବା କୋଣ୍ଡା ରେଡୀ ସଂପ୍ରଦାୟର ଲୋକେ ଏହି ଗଛ ବିଷୟରେ କୁହନ୍ତିଯେ, ସେମାନେ ଶହ ଶହ ବର୍ଷ ଧରି ଏହି ଗଛର ଛାଲକୁ କାଟି ନିଜର ଶୋଷ ମେଣ୍ଟାଇଥାନ୍ତି ।
ଆନ୍ଧ୍ରପ୍ରଦେଶ ବନ ବିଭାଗର ଅଧିକାରୀ ପାପିକୋଣ୍ଡା ଜାତୀୟ ଉଦ୍ୟାନରେ ଥିବା ଭାରତୀୟ ଲରେଲ ଗଛ ବା ଟର୍ମିନାଲିଆ ଟୋମେନଟୋସା ର ଛାଲ ଦେଖିବା ପାଇଁ ଏହାକୁ କାଟି ଥିଲେ । ଆଉ ଗଛର ଛାଲକୁ କାଟିବା ପରେ ସେମାନେ ଯାହା ଦେଖିଲେ ତାହା ଆପଣଙ୍କ ଆଖି ସାମ୍ନାରେ । କେମିତି ଟ୍ୟାପରୁ ପାଣି ବାହାରିବା ପରି ପାଣି ବାହାରୁଛି ଆପଣ ନିଜେ ଦେଖନ୍ତୁ ।
ସୋସିଆଲ ମିଡିଆରେ ଏହି ଗଛର ଭିଡିଓକୁ ନିଜ ‘ଏକ୍ସ’ ଆକାଉଣ୍ଟରେ ଆଇଏଫ୍ଏସ୍ ନରେନଥେରନ୍ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, ‘ପ୍ରଚଣ୍ତ ଖରାରେ ଟର୍ମିନାଲ୍ ଟୋମେଣ୍ଟୋସା ଗଛ ପାଣି ସଂରକ୍ଷଣ କରେ । ଏହି ଗଛର ପାଣି ପ୍ରବଳ ଗନ୍ଧ ହୁଏ ଓ ସ୍ୱାଦ ଖଟା ରହିଥାଏ । ବନ ବିଭାଗର ଅଧିକାରୀ ଗଛକୁ ଟିକେ କାଟିବା କ୍ଷଣି ସେଥିରୁ ପାଣି ଧାର ଧାର ହୋଇ ବାହାରୁଛି । ଏହି ଗଛ ଦକ୍ଷିଣ ଭାରତରେ ଦେଖାଯାଏ। ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଜଙ୍ଗଲରେ ଏହି ଗଛ ବହୁଳ ପରିମାଣରେ ଦେଖାଯାଏ । ଗଛରୁ ପାଣି କାହିଁକି ବାହାରୁଛି ତାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏହି ଗଛକୁ ଥରେ କାଟିଲେ ୧ ଲିଟର ପର୍ଯ୍ୟନ୍ତ ପାଣି ବାହାରେ ।
ତେବେ ଯଦି ଆମେ ଏହାର ବ୍ୟବସାୟିକ ମୂଲ୍ୟ କଥା କହିବା ତେବେ ଏହାର ଦାମ ବେଶି । ସେଥିପାଇଁ ଏହାର ସଂରକ୍ଷଣ ଉଦେଶ୍ୟରେ ଏହି ଗଛର ସଠିକ ସ୍ଥାନ କୁହାଯାଇନି । ସରଳ ଭାଷାରେ ଏହାକୁ କ୍ରୋକୋଡାଇଲ ବାର୍କ ଟ୍ରି ବି କୁହାଯାଏ । ଏହାର ଲମ୍ବ ପ୍ରାୟ ୩୦ ଫୁଟ ବୋଲି ଜଣାପଡିଛି ।
ଅଧିକା ପଢନ୍ତୁ:ବାଘ ଆକ୍ରମଣରେ ପାଞ୍ଚ ଜଣ ଆହତ