ଚିତାବାଘର ଆକ୍ରମଣରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ଉତ୍ତର ଦିଲ୍ଲୀ ଅଞ୍ଚଳରେ ଚିତାବାଘ ଆତଙ୍କ ଭୟଭୀତ ସ୍ଥାନୀୟ ବାସିନ୍ଦା। ଏପିରିକି ବାଘଟି ଛାତରୁ ଛାତ ଡେଇଁ ଏକାଧିକ ଲୋକଙ୍କୁ ଆକ୍ରମଣ କରିଛି। ତେବେ ଆହତ ହୋଇଥିବା ଲୋକମାନେ ୱାଜିରାବାଦର ଗାଁର ବୋଲି ଜଣାପଡିଛି। ତେବେ ଖବର ପାଇ ଘଟଣାସ୍ଥଳରେ ବନକର୍ମଚାରୀ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଧରିଥିଲେ। ଏହାପରେ ବାଘଟି କିପରି ଏହାକୁ ଆସିଲା ସେ ନେଇ ମଧ୍ୟ ଅଧିକା ତଦନ୍ତ ଚାଲିଛି ।
ସୂଚନା ଅନୁସାରେ, ଉତ୍ତର ଦିଲ୍ଲୀ ଅଞ୍ଚଳରେ ଖେଳିଯାଇଛି ଚିତାବାଘ ଆତଙ୍କ। ଯାହାଫଳରେ ଚିତାବାଘର ଆକ୍ରମଣରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏପରିକି ବାଘଟି ଛାତରୁ ଛାତ ଡେଇଁ ଦେଖି ସ୍ଥାନୀୟାବାସିନ୍ଦା ଭୟଭୀତ ହୋଇପଡିଛନ୍ତି। ବାଘ ଛାତକୁ ଛାତ ଡେଉଁଥିବାର ଭିଡିଓ ମଧ୍ୟ ସୋଇଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେଣୁ ଏଥିପାଇଁ ଚିତାବାଘକୁ ଧରିବା ପାଇଁ ବନ କର୍ମଚାରୀ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଧିକାରୀମାନେ ଚିତାବାଘକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ବାଘକୁ ସୁରକ୍ଷିତ ରଖାଯାଇ ଘଟଣା ବାବଦରେ ଅଧିକା ତଦନ୍ତ ଚାଲିଛି।