ଖବର ଓଡିଶା : 05/02/2023:
ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମବ୍ଲିଙ୍କ ନାଁରେ ନିର୍ଯ୍ୟାତନା ମାମଲା । ମାମଲା ରୁଜୁ କରିଛନ୍ତି ତାଙ୍କ ପତ୍ନୀ ଏଣ୍ଡ୍ରୀୟା। ମୁମ୍ବାଇର ବାନ୍ଦ୍ରା ପୋଲିସ୍ ଷ୍ଟେସନରେ ସ୍ୱାମୀ ବିନୋଦଙ୍କ ବିରୋଧରେ ଏତଲା ଦେଇଛନ୍ତି ସ୍ତ୍ରୀ ଏଣ୍ଡ୍ରୀୟା। ସ୍ତ୍ରୀଙ୍କ ଅଭିଯୋଗ ଯେ ବିନୋଦ ଗାଳି ଗୁଲଜ ସହ ପ୍ରତ୍ୟେକ ଦିନ ମଦ ପିଇ ବାଡେଇଥାନ୍ତି। ଏତଲାରେ ଆହୁରି ଦର୍ଶାଇଛନ୍ତି ବିନୋଦ ତାଙ୍କୁ ଖାଦ୍ୟ ରୋଷେଇ କରାଯାଉଥିବା ଫ୍ରାଇଂ ପ୍ୟାନ୍ ହ୍ୟାଣ୍ଡେଲରେ ମାଡ଼ ମାରିଛନ୍ତି। କେବଳ ସେତିକି ନୁହେଁ କ୍ରିକେଟ ବ୍ୟାଟ୍ରେ ମଧ୍ୟ ବିନୋଦ ତାଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସେ କହିଛନ୍ତି। ଏହି ଘଟଣା ଶୁକ୍ରବାର ଅପରାହ୍ନ ୧ ରୁ ୧.୩୦ ମଧ୍ୟରେ ଘଟିଛି। ଏହି ସବୁ ଘଟଣା ନିଜ ଆଖିରେ ଦେଖିଛନ୍ତି ତାଙ୍କ ୧୨ ବର୍ଷର ପୁଅ। ତେବେ ଏଣ୍ଡୀୟାଙ୍କ ଅଭିଯୋଗ କ୍ରମେ ମୁମ୍ବାଇ ପୋଲିସ୍ ବିନୋଦଙ୍କ ବିରୋଧରେ ଆଇପିସିର ଧାରା ୩୨୪ ଏବଂ ୫୦୪ ଅନୁସାରେ ମାମଲା ରୁଜୁ କରିଛି । ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ଏକ ପ୍ରାଥମିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଯାଏଁ ବିନୋଦଙ୍କୁ ଗିରଫ କରାଯାଇନାହିଁ ।