ବନ୍ଦେ ମେଟ୍ରୋର ନାଁରେ ପରିବର୍ତ୍ତନ କରାଯାଇ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି । ଏନେଇ ରେଲୱେ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ପାଇଁ ମେଟ୍ରୋ ଟ୍ରେନ ସେବାର ଆରମ୍ଭ କରିବା ପୂର୍ବରୁ ବନ୍ଦେ ମେଟ୍ରୋ ନାଁ ବଦଳାଯାଇଛି ବୋଲି ସୂଚନା ମିଳିଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ଚାଲୁଥିବା ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ପୂର୍ବରୁ ନୂଆ ନାମରେ ପରିଗଣିତ ହୋଇଥିଲା ବନ୍ଦେ ମେଟ୍ରୋ । ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହା ଏକ ବଡ଼ ଉପହାର । ଲୋକମାନଙ୍କର ସହଜ, ସରଳ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି । ଯାତ୍ରୀଙ୍କୁ ଏହି ସେବା ନିୟମିତ ଭାବେ ପ୍ରଦାନ କରାଯିବ । ଅତ୍ୟାଧୁନିକ ପ୍ରଣାଳୀରେ ଏହି ମେଟ୍ରୋ ନିର୍ମାଣ କରାଯାଇଛି । ଯାତ୍ରୀମାନଙ୍କୁ ବିଭିନ୍ନ ଅତ୍ୟାଧୁନିକ ସେବା ମଧ୍ୟ ପ୍ରଦାନ କରାଯିବ ।