ଭାରତରେ ପୁଣି ଗଡିବ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ଦିନକୁ ଦିନ ଯୋଗାଯୋଗକୁ ସହଜ ଓ ସରଳ କରିବା ପାଇଁ ଭାରତରେ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳକୁ ବୃଦ୍ଧି କରାଯାଉଛି । ସୂଚନା ଅନୁସାରେ, ରବିବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ଟ୍ରେନକୁ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମୋଦି ଭର୍ଚ୍ଚୁଆଲ ମାଧ୍ୟମରେ ସବୁଜ ପତାକା ଦେଖାଇ ଏକା ସହିତ ୯ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିବେ । ଏହି ୯ଟି ବନ୍ଦେ ଭାରତ ଏକ୍ସପ୍ରେସ ରାଜସ୍ଥାନ, ବିହାର, ଓଡ଼ିଶା, ଗୁଜୁରାଟ ଓ ଚେନ୍ନାଇ ସହିତ ଅନ୍ୟ କେତେକ ରାଜ୍ୟରେ ଚଳାଚଳ ହେବ ।
ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ହେବ । ଯେଉଁ ଟ୍ରେନ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଗଡିବ । ସେହିପରି ଭାବରେ ଗୁଜୁରାଟରେ ଅହମଦ୍ଦାବାଦରୁ ଜାମନଗର ପର୍ଯ୍ୟନ୍ତ ଏହି ଟ୍ରେନ ଗଡିବ । ଗୁଜୁରାଟର ଏହା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଏବେ କମ ସମୟ ମଧ୍ୟରେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ସମସ୍ତେ ସହଜରେ ଗମନାଗମନ କରିପାରିବେ ।
ଆଗକୁ ପଢ଼ନ୍ତୁ: ଚୀନ ଓ ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ବାୟୁସେନାରେ ସାମିଲ ହେବ ‘ନେତ୍ର-୧’