ଓଡ଼ିଶାବାସୀମାନଙ୍କର ଯୋଗାଯୋଗକୁ ସହଜ ଓ ସରଳ କରିବା ପାଇଁ ଏବେ ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ସୂଚନା ଅନୁସାରେ, ଗତ ମେ ୧୮ରେ ପ୍ରଥମ କରି ଓଡ଼ିଶାରେ ଗଡିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଏହି ଟ୍ରେନଟି ପ୍ରଥମେ ପୁରୀ-ହାୱଡା ମଧ୍ୟରେ ଯାତ୍ରା ଆରମ୍ଭ କରିଥିଲ। ଭର୍ଚୁଆଲ ମୋଡ୍ରେ ଏହି ଟ୍ରେନର ଶୁଭାରମ୍ଭ କରିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆସନ୍ତା ୨୪ ତାରିଖରେ ପୁଣି ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ-ରାଉରକେଲା ମଧ୍ୟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ନିଜର ଚଳାଚଳ ଆରମ୍ଭ କରିବ । ଏହି ଟ୍ରେନ ସକାଳ ୫ଟାରୁ ପୁରୀ ଷ୍ଟେସନରୁ ଛାଡି ଅପରାହ୍ଣ ୧୨ଟା ୪୫ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିବ ବୋଲି ସୂଚନା ମିଳିଛି । ବନ୍ଦେ ଭାରତ ଏକ୍ସପ୍ରେସ୍ ରାଉରକେଲା ରୁ ପୁରୀ ଆସିବା ସମୟ ଅପରାହ୍ନ ୨ଟା ୧୦ରେ ରାଉଲକେଲା ଛାଡ଼ି ରାତି ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନଟି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଳପୁର ସିଟି ଓ ଝାରସୁଗୁଡା ଷ୍ଟେସନରେ ମଧ୍ୟ ରହିବ । ପୁରୀ-ରାଉରକେଲା ମଧ୍ୟରେ ଗଡିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ସପ୍ତାହକୁ ୬ ଦିନ ଚଳାଚଳ କରିବ। ଗତକାଲି ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଦ୍ୱିତୀୟ ଟ୍ରାଏଲ ରନ୍ ହୋଇଥିଲା । ପୁରୀ-ହାୱଡା ଯୋଗାଯୋଗ ସମ୍ଭବ ପରେ ଏବେ ପୁରୀ-ରାଉରକେଲା ଯୋଗାଯୋଗ ସମ୍ଭ ହେବ ।
ଆଗକୁ ପଢ଼ନ୍ତୁ : ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ୍