ବିଦେଶରେ ଫସି ଥିବା ଓଡିଆ ମାନଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରୀ ଏବଂ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Khabar Odisha:Union-Minister-Dharmendra-Pradhan-wrote-a-letter-to-the-Minister-of-External-Affairs-and-the-Minister-of-Aviation-to-repatriate-Odiyas-trapped-abroad
ନୂଆଦିଲ୍ଲୀ, ଜୁନ ୦୩ (ଖବର ଓଡ଼ିଶା):

କରୋନା ମହାମାରୀ ସମୟରେ ବିଭିନ୍ନ ଦେଶରେ ଏବେ ମଧ୍ୟ ଫସି ରହିଛନ୍ତି ପ୍ରବାସୀ ଓଡ଼ିଆ । ସେମାନଙ୍କୁ ସିଧାସଳଖ ଓଡ଼ିଶାକୁ ଫେରାଇ ଆଣିବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁବାଇ , ଦୋହା , ମୁସ୍କଟ , ବାହାରିନ , କଲମ୍ବୋ ଓ ଲଣ୍ଡନ ଆଦି ଦେଶରେ ଫସି ରହିଥିବା ଓଡ଼ିଆଙ୍କୁ ସିଧାସଳଖ ସ୍ୱତନ୍ତ୍ର ବିମାନ ଯୋଗେ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ।

 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ 'ବନ୍ଦେ ଭାରତ ମିଶନ' ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏହି ମିଶନ ଦ୍ୱାରା ବିଦେଶରେ ଅସୁବିଧାରେ ଥିବା ପ୍ରବାସୀ ଶ୍ରମିକ , ଛାତ୍ର ଓ ପ୍ରଫେସନାଲମାନଙ୍କୁ ସ୍ୱଦେଶକୁ ଫେରାଇ ଅଣାଯାଉଛି । ତେଣୁ ଏହି ପରିପ୍ରେକ୍ଷୀରେ ଦୁବାଇ , ଦୋହା , ମୁସ୍କଟ , ବାହାରିନ , କଲମ୍ବୋ ଓ ଲଣ୍ଡନ ଆଦି ଦେଶରେ ଫସି ରହିଥିବା ଓଡ଼ିଆଙ୍କୁ ମଧ୍ୟ ଫେରାଇ ଆଣିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ଏଥିସହ ସେ ଚିଠିରେ ଉଲ୍ଲେ୍‌ଖ କରିଛନ୍ତି ଯେ ଉପସାଗରୀୟ ଦେଶ ସମୂହ , ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଫସି ରହିଥିବା ଓଡ଼ିଆ ମାନଙ୍କର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବିମାନ ସେବାର ବିଶେଷ ବ୍ୟବସ୍ଥା ଆବଶ୍ୟକ ।

  • Tags:

Subscribe

National International State Sports Entertainment