ଜାମ୍ମୁ କାଶ୍ମୀର, ଫେବୃଆରୀ 24 (ଖବର ଓଡ଼ିଶା):
ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ । ଏଥିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ ।
ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ଇଣ୍ଟରନେଟ ସେବା ।ଅନନ୍ତନାଗର ଶଲଗୁଲ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା ।
ଏହାପରେ ଅପରେସନ୍ ଆରମ୍ଭ କରିଥିଲେ ପୋଲିସ, ସେନା ଓ ସିଆରପିଏଫ୍ । ତଲାସୀ ଅଭିଯାନ ଓ ଘେରାବନ୍ଦୀ ଦେଖି ସୁରକ୍ଷାବାହିନୀ ଉପରକୁ ପ୍ରଥମେ ଆତଙ୍କବାଦୀ ଗୁଳି ଚଳାଇଥିଲେ । ପାଲଟା ଜବାବରେ ଚାରି ଆତଙ୍କୀ ନିପାତ ହୋଇଛନ୍ତି ।