ସିଂହଙ୍କ ନାମ ରଖି ଚାକିରିରୁ ନିଲମ୍ବିତ ହେଲେ ପ୍ରଶାସନିକ ଅଧିକାରୀ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସିଲିଗୁରୀ ପ୍ରାଣୀ ଉଦ୍ୟାନରେ ।
ସୂଚନା ଅନୁସାରେ, ସିଲିଗୁରୀ ପ୍ରାଣୀ ଉଦ୍ୟାନରେ ସିଂହର ନାମ ଆକବର ଓ ସିଂହୀର ନାମ ସୀତା ରଖିବା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାମଲାରେ ତ୍ରିପୁରା ସରକାର ଜଙ୍ଗଲ ଅଧିକାରୀ ପ୍ରବୀଣ ଲାଲ ଅଗ୍ରୱାଲଙ୍କୁ ନିଲମ୍ବିତ କରିଛନ୍ତି । ସରକାରୀ ଆଦେଶରେ କୁହାଯାଇଛି ଯେ ଅନାବଶ୍ୟକ ଭାବରେ ସିଂହର ନାମ ଆକବର ଏବଂ ସିଂହୀର ନାମ ସୀତା ରଖି ବିବାଦ ସୃଷ୍ଟି କରିଛନ୍ତି ଜଙ୍ଗଲ ଅଧିକାରୀ । କଲିକତା ହାଇକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ତ୍ରିପୁରା ସରକାର ଏହି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାର ଶୁଣାଣି ବେଳେ କଲିକତା ହାଇକୋର୍ଟ ସରକାରଙ୍କୁ କଡା ନିନ୍ଦା କରି କହିଛନ୍ତି ରାଜ୍ୟରେ ଏତେ ବିବାଦ ଚାଲିଥିବା ବେଳେ ସରକାର ଆଉ କେତେ ବିବାଦରେ ଛନ୍ଦି ହେବାକୁ ଚାହୁଁଛନ୍ତି । କଲିକତା ହାଇକୋର୍ଟ ପ୍ରଶ୍ନ କରିଥିଲେ କୌଣସି ବନ୍ୟପ୍ରାଣୀକୁ ଦେବାଦେବୀଙ୍କ ନାମରେ ନାମିତ କରିବାର ଆବଶ୍ୟକତା କଣ ଥିଲା । ସିଂହକୁ ଆକବର ଏବଂ ସିଂହୀକୁ ସୀତା ନାମରେ ନାମିତ କରାଯାଇଥିବାରୁ ଏହା ହିନ୍ଦୁ ଧର୍ମର ଅପମାନ ବୋଲି ଅଭିଯୋଗ କରି ପିଟିସନ ଦାଖଲ କରିଥିଲା ବିଶ୍ୱ ହିନ୍ଦୁ ପରିଷଦ ।
ଅଧିକ ପଢନ୍ତୁ : NAC ଦାବିରେ ବାଲିଆପାଳ ବନ୍ଦ