ବୁଧବାରଠାରୁ ସଂସଦର ବଜେଟ ଅଧିବେଶନ ହେଉଥିବା ବେଳେ ଗୁରୁବାର ଦିନ ଆଗତ ହେବ କାମଚଳା ବଜେଟ। ଚଳିତ ବର୍ଷ ଏପ୍ରିଲ୍-ମେ ମାସରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ଏହି ବଜେଟ୍ ମଧ୍ୟବର୍ତ୍ତୀକାଳୀନ ଅଥବା କାମଚଳା ଅଟେ। ନିର୍ବାଚନ ପରେ ଜୁଲାଇରେ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ ହେବ। ଭାରତରେ ଆର୍ଥିକ ବର୍ଷ ଏପ୍ରିଲ ୧ ରୁ ଆରମ୍ଭ ହୋଇ ପରବର୍ତ୍ତୀ ବର୍ଷର ମାର୍ଚ୍ଚ ୩୧ରେ ଶେଷ ହେଉଥିବା ବେଳେ ଏହି ଅଧିବେଶନରେ ସଂସଦରେ ବଡ଼ ଘୋଷଣା ହେବା ସହ ଦେଶରେ ଅନେକ ବଡ଼ ପରିବର୍ତ୍ତନ ଆସିପାରେ। ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ ଉପରେ ଉପରେ ସିଧାସଳଖ ପ୍ରଭାବ ପକାଇବ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହା ବିଜେପି ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତିମ ବାର୍ଷିକ ଆର୍ଥିକ ବିବରଣୀ ହେବ। ଗତ ସପ୍ତାହରେ, ଲୋକସଭାରେ ଡକ୍ୟୁମେଣ୍ଟ ଟ୍ୟାବଲିଂ ନହେବା ପର୍ଯ୍ୟନ୍ତ ବଜେଟ୍ ପ୍ରସ୍ତୁତିରେ ଜଡିତ ଅଧିକାରୀଙ୍କ ପାଇଁ ଏକ ‘ଲକ୍-ଇନ୍’ ଅବଧି ଆରମ୍ଭ କରି ପାରମ୍ପାରିକ ପ୍ରି-ବଜେଟ୍ ‘ହାଲୱା’ ସମାରୋହ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଦିନ, ଗତ ମାସରେ ସଂସଦର ଶୀତକାଳୀନ ଅଧିବେଶନରେ ଲୋକସଭା ଓ ରାଜ୍ୟସଭାର ଦଣ୍ଡିତ ହୋଇଥିବା ୧୩୨ ଜଣ ସାଂସଦଙ୍କ ମଧ୍ୟରେ ୧୪ ବିରୋଧୀ ସାଂସଦଙ୍କ ନିଲମ୍ବନକୁ ହଟାଇ ଦେଇଛନ୍ତି। ତେବେ ଜାନୁଆରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଏହା ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ।
ଅଧିକ ପଢନ୍ତୁ : ଛତିଶଗଡ଼ରେ ମାଓ ଆକ୍ରମଣରେ ୩ ଯବାନ ସହିଦ