ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଯେତିିକି ପାଖଉଛି ଦେଶର ରାଜଧାନୀର ରାଜନୈତିକ ପାରା ସେହି ଅନୁପାତରେ ବଢିବାରେ ଲାଗିଛି । ତିନି ପ୍ରମୁଖ ରାଜନୈତିକ ଦଳ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ କ୍ଷମତା ଦଖଲ ପାଇଁ କଳ ବଳ କୌଶଳ ସବୁ ଖଟାଇ ଦେଇଛନ୍ତି । ଏହି କ୍ରମରେ ଆମ୍ ଆଦମୀ ପାର୍ଟି ସୋମବାର ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ନିର୍ବାଚନୀ ଇସ୍ତାହାର ଜାରି କରି ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଆଜି ଆମେ କେଜ୍ରିୱାଲଙ୍କ ଗ୍ୟାରେଣ୍ଟି ଜାରି କରୁଛୁ । ଆଜି ଯେଉଁ ୧୫ ଗ୍ୟାରେଣ୍ଟି ଜାରି କରୁଛୁ ତାହାକୁ ଆଗାମୀ ୫ ବର୍ଷରେ ପୂରା କରିବୁ ।
କେଜ୍ରିୱାଲ କହିଛନ୍ତି, ଆମେ ଚାହୁଁଛୁ ଦିଲ୍ଲୀରେ ଜଣେ ବି ବେରୋଜଗାର ହୋଇ ନ ରୁହନ୍ତୁ । ତେଣୁ ଦିଲ୍ଲୀବାସୀଙ୍କୁ କେମିତି ରୋଜଗାର ଯୋଗାଇ ଦିଆଯିବ ସେ ନେଇ ମେ।। ପୂରା ଟିମ୍ ଯୋଜନା ପ୍ରସ୍ତୁତୁ କରୁଛୁ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ, ପ୍ରତି ମହିଳାଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା ଦିଆଯିବ । ଆପ୍ ସରକାର ଗଠନ ପରେ ତୁରନ୍ତ ଏହାକୁ ଲାଗୁ କରାଯିବ । ସମସ୍ତ ବୃଦ୍ଧାବୃଦ୍ଧାଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସଞ୍ଜିବନୀ ଯୋଜନା ଲାଗୁ କରାଯିବ । ସରକାରକୁ ପୁଣି ଥରେ ଆସିଲେ ପାଣି ଶୁଳ୍କ ଛାଡ କରିବୁ । ୨୪ ଘଣ୍ଟା ସ୍ୱଚ୍ଛ ପାଣି ସହ ଯମୁନାକୁ ସ୍ୱଚ୍ଛ ଓ ପକ୍କା ସଡକ ନିର୍ମାଣ କରିବାକୁ ଗ୍ୟାରେଣ୍ଟ ଦେଉଛୁ ବୋଲି କେଜ୍ରିୱାଲ କହିଛନ୍ତି ।
ଆପର ୧୫ ଗ୍ୟାରେଣ୍ଟି
ରୋଜଗାର ଗ୍ୟାରେଣ୍ଟି
ମହିଳା ସମ୍ମାନ ଯୋଜନା ଗ୍ୟାରେଣ୍ଟି
ସଞ୍ଜିବନୀ ଯୋଜନାର ଗ୍ୟାରେଣ୍ଟି
ପାଣି ବିଲ୍ ଛାଡ
୨୪ ଘଣ୍ଟା ସ୍ୱଚ୍ଛ ପାଣି, ଯମୁନା ସଫା ଓ ସଡକ ମରାମତି
ଡ. ଆମ୍ବେଦକର ସ୍କୋଲାରଶିପ୍ ଯୋଜନା
ଛାତ୍ରଙ୍କ ଗ୍ୟାରେଣ୍ଟି- ଏହି ଯୋଜନାରେ କଲେଜ ଛାତ୍ର-ଛାତ୍ରୀଙ୍କ ସହ ମହିଳାଙ୍କୁ ମାଗଣାରେ ବସ୍ ଯାତ୍ରା ।
ପଣ୍ଡିତଙ୍କୁ ଏବଂ ଗ୍ରନ୍ଥିମାନଙ୍କୁ ମାସକୁ ୧୮ ହଜାର ଟଙ୍କାର ସମ୍ମାନ ରାଶି ମିଳିବ ।
ଭଡାଘରେ ରହୁଥିବା ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦିଆଯିବ ।
ଡ୍ରେନ ଠିକ୍ କରାଯିବ ।
ଗାଡି ଚାଳକଙ୍କ ପିଲାଙ୍କୁ ମାଗଣା କୋଚିଂ ଦିଆଯିବ । ଏହା ସହିତ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପରିବାର ପାଇଁ କରାଯିବ ।
ଆରଡବ୍ଲ୍ୟୁଏ ପାଇଁ ପ୍ରାଇଭେଟ୍ ସିକ୍ୟୁରିଟି ଗାର୍ଡ ।
ଜାରି ରହିବ ପୂର୍ବର ୬ ମାଗଣା ଯୋଜନା ।