ବଦଳିପାରେ ହ୍ୱାଟସଆପ୍ ର ନୂଆ ପଲିସି, ନୂଆ ୟୁଜର କଣ୍ଡିସନ୍ ର ସମୀକ୍ଷା କରୁଛନ୍ତି କେନ୍ଦ୍ର ସରକାର
Khabar Odisha:The-central-government-is-reviewing-WhatsApps-new-policy-and-new-user-conditions

ନୂଆଦିଲ୍ଲୀ, ଜାନୁଆରୀ ୧୫ (ଖବର ଓଡ଼ିଶା) : ନିକଟରେ ହ୍ୱାଟସଆପ୍ ଦ୍ୱାରା ଜାରି ନୂଆ ୟୁଜର କଣ୍ଡିସନ୍ କୁ ନେଇ ଏବେ ଚିନ୍ତାରେ ହ୍ୱାଟସଆପ୍ ବ୍ୟବହାରକାରୀ । ବିଶେଷ କରି ଚାଟ୍ ପ୍ରାଇଭେସିକୁ ନେଇ ଏକ ବଡ଼ ଦ୍ୱନ୍ଦ ଦେଖାଦେଇଛି ।

ହ୍ୱାଟସଆପ୍ ଦ୍ୱାରା ଗ୍ରାହକଙ୍କ ଗୋପନୀୟତା ନୀତିରେ ସାମ୍ପ୍ରତିକ ପରିବର୍ତ୍ତନ ଗୁଡିକ ଉପରେ କେନ୍ଦ୍ର ସରକାର ସମୀକ୍ଷା କରୁଛନ୍ତି । ସୂଚନା ଅନୁସାରେ ଗ୍ରାହକଙ୍କ ଚିନ୍ତାଧାରାକୁ ଦୃଷ୍ଟିରେ ରଖି ସରକାର ପରିବର୍ତ୍ତନ କିଭଳି ହେବା ଆବଶ୍ୟକ ତାହା ଆକଳନ କରିବାକୁ ନିଷ୍ପତି ନେଇଛନ୍ତି ।

ଅନ୍ୟପଟେ ହ୍ୱାଟସଆପ୍ ଆପ୍ ଗ୍ରାହକ ତଥ୍ୟକୁ ଫେସବୁକ୍ ଉତ୍ପାଦ ଏବଂ ସେବା ସହିତ ଯୋଡିଥିବା ବିବାଦୀୟ ଘୋଷଣାକୁ ନେଇ ସାରା ବିଶ୍ୱରେ ଗୋପନୀୟତା ଉଲ୍ଲଂଘନକୁ ନେଇ ବିତର୍କ ଚାଲିଛି ।

ସୂଚନା ମୁତାବକ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ଫେସବୁକ ମାଲିକାନା ମେସେଜିଂ ପ୍ଲାଟଫର୍ମର ବର୍ତ୍ତମାନର ପଦକ୍ଷେପ ଉପରେ ଆଲୋଚନା ହେଉଛି । ସୂତ୍ରରୁ ପ୍ରକାଶ ଯେ ଏହି ପ୍ରସଙ୍ଗର ବିସ୍ତୃତ ସମୀକ୍ଷା କରାଯିବା ଆବଶ୍ୟକତା ରହିଛି । ବହୁ ବ୍ୟବସାୟିକ ପ୍ରତିଯୋଗୀଙ୍କ ସମେତ ବହୁ ସଂଖ୍ୟକ ଗ୍ରାହକ ହ୍ୱାଟସଆପ୍ ର ଏହି ପଦକ୍ଷପ ନେଇ ଉଦବେଗ ପ୍ରକାଶ କରିଛନ୍ତି ।

ବର୍ତମାନ ଭାରତରେ ୪୦୦ ମିଲିୟନରୁ ଅଧିକ ହ୍ୱାଟସଆପ୍ ୟୁଜରସ୍ ଅଛନ୍ତି । କେବଳ ଭାରତ ନୁହେଁ ପୁରା ବିଶ୍ୱରେ ହ୍ୱାଟସଆପ୍ ର ଏକ ବଡ଼ ଭାଗ ୟୁଜର ଅଛନ୍ତି । ଯେଉଁମାନେ ବର୍ତମାନ ହ୍ୱାଟସଆପ୍ ର ଏଭଳି ୟୁଜର ନୀତି କୁ ବିରୋଧ କରିବା ଆରମ୍ଭ କରିଛନ୍ତି ।

ହ୍ୱାଟସଆପ୍ ଗତ ସପ୍ତାହରେ ଏକ 'ଇନ୍‌-ଆପ୍‌' ବିଜ୍ଞପ୍ତି ମାଧ୍ୟମରେ ୟୁଜର ମାନଙ୍କୁ ପରିବର୍ତ୍ତନ ଗୁଡିକ ବିଷୟରେ ରିପୋର୍ଟ କରିଥିଲା । କମ୍ପାନ ଅନୁଯାଇ ଏହାର ପ୍ଲାଟଫର୍ମ ବ୍ୟବହାର ଜାରି ରଖିବାକୁ ଗ୍ରାହକଙ୍କୁ ଫେବୃଆରୀ ୮ ସୁଦ୍ଧା ନୂତନ ସର୍ତାବଳୀ ଏବଂ ନୀତିରେ ସହମତ ହେବାକୁ ପଡିବ । ଯାହାପରେ ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ଏହି ନୂତନ ସର୍ତାବଳୀକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ତେବେ ଦେଶରେ ଡାଟା ସିକ୍ୟୁରିଟିକୁ ନେଇ ସରକାର ଚିନ୍ତିତ ଥିବା ବେଳେ ବର୍ତମାନ ସୁଦ୍ଧା ବି ଦେଶର ଡାଟା ସୁରକ୍ଷା ଦୃଷ୍ଟି କୋଣରୁ ନିର୍ଦ୍ଦିଷ୍ଟ ଆଇନ୍ ନାହିଁ ଯାହାକୁ ଭିତ୍ତି କରି ହ୍ୱାଟସଆପ୍ ଭଳି ବଡ ବଡ କମ୍ପାନୀ ଗୁଡିକ ମନଇଚ୍ଛାୁଜର ପ୍ରାଇଭେସି ପଲିସିରେ ବରିବର୍ତ୍ତନ କରିଆସୁଛନ୍ତି । କିନ୍ତୁ ବର୍ତମାନ କେନ୍ଦ୍ର ସରକାର ଏହି ପରୀପ୍ରେକ୍ଷୀରେ ସମୀକ୍ଷା କରୁଛି । ଯଦିଓ କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ପକ୍ଷରୁ ହ୍ୱାଟଆପ୍ କୁ କୌଣସି ସ୍ପଷ୍ଟିକରଣ ମଗାଯାଇ ନାହିଁ କିନ୍ତୁ ୟୁଜର ପଲିସି ବାବଦରେ କେନ୍ଦ୍ର ସରକାର ଚିନ୍ତା କରୁଥିବା ଜଣାପଡିଛି । ଏଭଳି ସ୍ଥିତିରେ ହ୍ୱାଟସଆପ୍ ର ନୂଆ ପଲିସି ବଦଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

  • Tags:

Subscribe

National International State Sports Entertainment