ମହାରାଷ୍ଟ୍ର, ଜାନୁଆରୀ ୨୧ (ଖବର ଓଡ଼ିଶା) :
ମହାରାଷ୍ଟ୍ରର ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଟର୍ମିନାଲ ଗେଟ-୧ରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଛି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି
।
ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ସେରମ୍ ଇନଷ୍ଟିଚ୍ୟୁଟରେ କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡ ଉତ୍ପାଦନ ପାଇଁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଏହି ସମୟରେ ଏଭଳି ଏକ ଦୁର୍ଘଟଣା ଘଟିଛି । ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି ।