ଉତରପ୍ରେଦଶେର କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ ଭବନର ଲୋକାପର୍ଣ କେଲ କେନ୍ଦ୍ରମନ୍ତ୍ରୀ
Khabar Odisha:The-Union-Minister-inaugurated-the-newly-constructed-building-of-Kendriya-Vidyalaya-in-Uttar-Pradesh

ଉତରପ୍ରେଦଶ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ରାଷ୍ଟ୍ରୀୟ ପୋଷଣ ମାସ ଅଧୀନରେ ନିଆଯାଇଥିବା ଉଦ୍ୟମ ଏବଂ ନୂଆ ଯୋଜନା ଦ୍ୱାରା ପିଲା ମାନଙ୍କ ମଧ୍ୟରେ ମଧ୍ୟାହ୍ଣ ଭୋଜନ ପ୍ରତି ଲୋକପ୍ରିୟତା ବଢିଛି ବୋଲି ଆଜି ଉତରପ୍ରେଦଶର ସିଦ୍ଧାଥର୍ନଗର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ନବନିର୍ମିତ ଭବନର ଲୋକାପର୍ଣ କରିବା ସହ ସାଧାରଣ ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତିନିଦିନିଆ ଉତରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରୀୟ ପୋଷଣ ମାସ ଅଭିଯାନରେ ସିଦ୍ଧାଥର୍ନଗର ସ୍ଥିତ ମଧୁବେନିଆ ପ୍ରାଥମିକ ବିଦ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ସନ୍ତୁଳିତ ଭାବରେ ସୁସ୍ଥ ଖାଦ୍ୟକୁ ଏକ ଜନେଆନ୍ଦାଳନ କରିବା ଏବଂ ପୋଷଣ ଗତିବିଧିକୁ ପ୍ରୋତ୍ସାହନ ଦେବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀଙ୍କ ପୋଷଣ ଅଭିଯାନ ପରିକଳ୍ପନା ଅପପୃଷ୍ଟିକୁ ସମାପ୍ତ କରିବାରେ ସକରାତ୍ମକ ପରିବତର୍ନ ଆଣିବ ବୋଲି ସେ କହିଛନ୍ତି ।

କେନ୍ଦ୍ରୀୟ ବିଦ୍ୟାଳୟର ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଭବନ ସ୍ଥାନୀୟ ଅଂଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପହାର । ଆଧୁନିକ ଏବଂ ସର୍ବୋତମ ସୁବିଧା ବ୍ୟବସ୍ଥା ଥିବା ଏହି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ମାଧ୍ୟମ ହେବ । ଯେତେବେଳେ ଗୋଟିଏ ପିଲା ଶିକ୍ଷିତ ହୁଏ ସେତେବେଳେ ତାହାର ଲାଭ ପରିବାରକୁ ମିଳିଥାଏ । ଏହି ପବିତ୍ର ଭୂମିରେ ଗୁଣାତ୍ମକ ଶିକ୍ଷା ପ୍ରାପ୍ତ କରି ପିଲାମୋନ ଦେଶର ଭବିଷ୍ୟତର ନେତୃତ୍ୱକର୍ତ୍ତା ହେବେ। 

ପ୍ରଭାରୀ ଦାୟିତ୍ୱ ମିଳିବା ପେର ନିଜ ପ୍ରଥମ ଉତରପ୍ରେଦଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତରପ୍ରେଦଶର ବିକାଶ ପାଇଁ ଅଭୁତପୂର୍ବ ପ୍ରାଥମିକତା ଦେଇଛନ୍ତି । 

ଆଜି ଲୋକାର୍ପିତ ବିଦ୍ୟାଳୟ ଭବନ ହେଉ କିମ୍ବା ଆଗାମୀ ଦିନ ଗୁଡ଼ିକେର ମେଡ଼ିକାଲ କଲେଜ୍ ନିର୍ମାଣ, ଏହା ବେିଜପିର ଡ଼ବଲ ଇଞ୍ଜିନର ବିକାଶର ପ୍ରାଥମିକତାର ପରିଚୟ । ଉଜ୍ଜ୍ୱଳା ଭଳି ଯୋଜନା ଦ୍ୱାରା ଗରିବ ମାଆ ଭଉଣୀଙ୍କୁ ସଶକ୍ତ କରିବା ହେଉ କିମ୍ବା ଟିକାକରଣ ଅଭିଯାନ ଅଧୀନରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ଉତରପ୍ରେଦଶ ଆଜି ସବୁ କ୍ଷେତ୍ରେର ନୂଆ ରେକର୍ଡ କରୁଅଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ସୋଢ଼ ଚାରି ବଷର୍ରେ ରାଜ୍ୟର ପ୍ରତିଛବି ପରିବତର୍ନ କରିଛନ୍ତି ।

ବୈଶ୍ୱିକ ଚ୍ୟୋଲଞ୍ଜ୍ ସମୟେର ଆଜି ଭାରତ ଦୁନିଆ ଆଗରେ ଏକ ଉଦାହରଣ ଭାବେ ଉଭା ହେଉଛି । ଉତରପ୍ରେଦଶ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱେର ବିଶ୍ୱରେ ଦୁନିଆ ଆଗରେ ନୂଆ କୀର୍ତିମାନ ସ୍ଥାପିତ କରୁଛି ।

ବିକାଶର ଏହି ଧାରାକୁ ବଜାୟ ରଖିବା ପାଇଁ ୨୦୨୨ରେ ମଧ୍ୟ ରାଜ୍ୟରେ ଯୋଗୀ ସରକାରର ଆବଶ୍ୟକତା ରହିଛି । ସବୁ କ୍ଷେତ୍ରରେ ରାଜ୍ୟକୁ ଏକ ନମ୍ବର କରିବାର ନେତା ହେଉଛନ୍ତି ଯୋଗୀ ଆଦିତ୍ୟନାଥ । ରାଜ୍ୟରେ ସୁବ୍ୟବସ୍ଥା, ସୁଶାସନ ତଥା ଭଲ ନେତୃତ୍ୱ ରହିଲେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଡ଼ବଲ ଇଞ୍ଜିନର ଗତି ତ୍ୱରାନ୍ୱିତ ହେବ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନେିବଦନ କରିଛନ୍ତି ।

ଶ୍ରୀ ପ୍ରଧାନ ଆଜି ପ୍ରଥେମ ମୁଖ୍ୟମନ୍ତ୍ରୀ ସେବା ସମପର୍ଣ ଅଭିଯାନ ଅନ୍ତଗର୍ତ ଉତରପ୍ରେଦଶ ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଏବଂ କୃତିତ୍ୱ ଉପରେ ପ୍ରଦଶର୍ନୀର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ସହ ଆକାଶମାଗର୍ରୁ ଶ୍ରୀରାମ ଜନ୍ମଭୂମି ତୀଥର୍କ୍ଷେତ୍ର ଅଯାଧ୍ୟୋରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରକୁ ଦେଖିବାର ସାନ୍ନିଧ୍ୟ ଲାଭ କରିଥେିଲ ।

  • Tags:

Subscribe

National International State Sports Entertainment