ଡାକ୍ତରୀ ଶିକ୍ଷାରେ OBC ଓ EWSଙ୍କ ପାଇଁ ସଂରକ୍ଷଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ
Khabar Odisha:The-Prime-Minister-announced-reservations-for-OBCs-and-EWSs-in-medical-education

ନୂଆଦିଲ୍ଲୀ, ଜୁଲାଇ ୨୯ (ଖବର ଓଡ଼ିଶା): ଆଜି ନୂଆ ଶିକ୍ଷା ନୀତି ୨୦୨୦ କୁ ଏକ ବର୍ଷ ପୁରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ଏନଇପି୨୦୨୦ ର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଓବିସି ଓ ଇଡବ୍ଲୁଏସ୍ କ୍ୟାଟେଗୋରୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ।

ଏଣିକି ମେଡିକାଲ ଶିକ୍ଷାରେ ବି ଓବିସି ଓ ଇଡବ୍ଲୁଏସ୍ ଛାତ୍ରଛାତ୍ରୀଙ୍କୁ ମିଳିବ ସଂରକ୍ଷଣ । ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଇଡବ୍ଲୁଏସ୍ ଛାତ୍ରଛାତ୍ରୀଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ ।

ଅଲ ଇଣ୍ଡିଆ କୋଟା ସ୍କିମରେ ଓବିସି ଓ ଇଡବ୍ଲୁଏସ୍ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ମିଳିବ ବୋଲି ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଉଭୟ ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ରେ ଏହି ସୁବିଧା ମିଳିବ । ତେବେ ଚଳିତ ଶିକ୍ଷା ବର୍ଷରୁ ଏହି ବ୍ୟବସ୍ଥା ଲାଗୁକରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ତେବେ ଉଭୟ ମେଡିକାଲ ଓ ଡେଣ୍ଟାଲ ଶିକ୍ଷାରେ ଛାତ୍ରଛାତ୍ରୀ ମାନଙ୍କୁ ଏହି ସଂରକ୍ଷଣ ସୁବଧା ମିଳିବ ।

  • Tags:

Subscribe

National International State Sports Entertainment