ଓଡ଼ିଆ ଆଇପିଏସ୍‌ଙ୍କୁ ବଡ଼ ଦାୟିତ୍ୱ, NCBର ଅତିରିକ୍ତ ଡିଜି ଭାବେ ନେଲେ ଦାୟିତ୍ୱ
Khabar Odisha:The-Oriya-IPS-was-given-the-responsibility-of-taking-over-as-the-Additional-DG-of-the-NCB

ନୂଆଦିଲ୍ଲୀ, ଜୁଲାଇ ୨୯ (ଖବର ଓଡ଼ିଶା): ଓଡ଼ିଆ ଆଇପିଏସ୍ ସତ୍ୟ ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ଡିଜି ହେଲେ ୧୯୮୮ ବ୍ୟାଚ୍ ଓଡ଼ିଆ ଆଇପିଏସ୍ ସତ୍ୟ ପ୍ରଧାନ ।

 ଏବେ NDRF ଡିଜି ଭାବରେ ଦାୟିତ୍ୱ ତୁଲାଉଥିବା ବେଳେ ଆଜି ତାଙ୍କୁ NCB ଅତିରିକ୍ତ ଡିଜି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ପୂର୍ବ NCB ଡିଜି ରାକେଶ ଆସ୍ଥାନାଙ୍କ ଠାରୁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟ ପ୍ରଧାନ ।

ତେବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡିଜି ଦାୟିତ୍ୱ ମିଳିବା ପରେ ଓଡ଼ିଶା ପାଇଁ କର୍ତ୍ତବ୍ୟ ଆହୁରି ବୃଦ୍ଧି ପାଇଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆଇପିଏସ୍ ସତ୍ୟ ପ୍ରଧାନ ।

ବର୍ତ୍ତମାନ ଓଡ଼ିଶାରେ ଓ ଉତ୍ତର ପୂର୍ବାଞ୍ଚଳ ଉପରେ ଅଧିକ ଫୋକସ୍ ରହିବା ସହିତ କିଭଳି ଓଡ଼ିଶାରୁ ଡ୍ରଗ୍ସ କାରବାର ହ୍ରାସ ପାଇବ ସେ ଦିଗରେ ଗୁରୁତ୍ୱ ଦିଆଯିବ ଏବଂ ଓଡ଼ିଶାରେ ଡ୍ରଗ୍ସର ପ୍ରତ୍ୟକ ଉତ୍ପତି ସ୍ଥଳକୁ ଖୋଜି ବାହାର କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ସତ୍ୟ ।

  • Tags:

Subscribe

National International State Sports Entertainment