ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରେସନ ସିନ୍ଦୂର ଓ ଅସ୍ତ୍ରବିରତି ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ନିଜ ଅଭିଭାଷଣରେ ଶତ୍ରୁ ଦେଶ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପାକିସ୍ତାନ ସହିତ କେବଳ ଆତଙ୍କବାଦ ଏବଂ ପିଓକେ ପ୍ରସଙ୍ଗରେ ଆଲୋଚନା ହେବ। ଭାରତ ଶତ୍ରୁ ଦେଶ ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ ଆଡ୍ଡା ଏବଂ ଆତଙ୍କୀଙ୍କୁ ନିପାତ କରିଛନ୍ତି। ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଅପରେସନ ସିନ୍ଦୂର ମାଧ୍ୟମରେ, ଭାରତୀୟ ସେନା ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପାରିବ।
ସେ କହିଛନ୍ତି ଯେ ଯଦି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାର ଉଚିତ ଜବାବ ଦିଆଯିବ। ଭାରତ କୌଣସି ପ୍ରକାରର ପରମାଣୁ ବ୍ଲାକମେଲ୍ ସହ୍ୟ କରିବ ନାହିଁ। ଭାରତ ପରମାଣୁ ଶକ୍ତିର ଆବରଣ ତଳେ ବଢ଼ୁଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଏକ ସଠିକ୍ ଏବଂ ନିର୍ଣ୍ଣାୟକ ଆକ୍ରମଣ କରିବାକୁ ସକ୍ଷମ। ଆମେ ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ସରକାର ଏବଂ ଆତଙ୍କବାଦର ନେତୃତ୍ଵକୁ ଦୃଢ ହସ୍ତରେ ଦମନ କରିବୁ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହା ନିଶ୍ଚିତ ଭାବରେ ଯୁଦ୍ଧର ଯୁଗ ନୁହେଁ, କିନ୍ତୁ ଏହା ଆତଙ୍କବାଦର ଯୁଗ ମଧ୍ୟ ନୁହେଁ। ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଏକ ଉନ୍ନତ ବିଶ୍ୱର ଗ୍ୟାରେଣ୍ଟି। ଆମେ କେବଳ ପାକିସ୍ତାନର ଆତଙ୍କବାଦୀ ଏବଂ ଆତଙ୍କୀ ଶିବିର ଉପରେ ଅପରେସନ ସିନ୍ଦୂରକୁ ସ୍ଥଗିତ। ଆଗାମୀ ଦିନରେ ଆମେ ପାକିସ୍ତାନର ପ୍ରତ୍ୟେକ ଦୁଃସାହସକୁ ମୁହଁତୋଡ଼ ଜବାବ ଦିଆଯିବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସଠିକତାର ସହିତ ଆକ୍ରମଣ କରି ପାକିସ୍ତାନ ଆତଙ୍କୀ ଶିବିର ଓ ଏୟାରବେସକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ପାକିସ୍ତାନ ଏହାକୁ ନେଇ ବହୁତ ଗର୍ବ କରୁଥିଲା। ପ୍ରଥମ ତିନି ଦିନରେ ଭାରତ ପାକିସ୍ତାନକୁ ଏପରି କ୍ଷତ ଦେଇଛି ଯାହାର ସେ କଳ୍ପନା ମଧ୍ୟ କରିନଥିଲା। ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ନିଜର ଆତ୍ମରକ୍ଷା ପାଇଁ ମେ ୧୦ ତାରିଖ ଅପରାହ୍ନରେ ପାକିସ୍ତାନୀ ସେନା ଆମର DGMO ସହିତ ଯୋଗାଯୋଗ କରିଥିଲେ ବୋଲି ମୋଦୀ କହିଛନ୍ତି।