ଖବର ଓଡିଶା : 23/01/2023
ବଢିଲା ଭାରତୀୟ ନୌସେନାର ଶକ୍ତି। ଶତ୍ରୁ ରାଷ୍ଟ୍ର ବିରୋଧରେ ଭାରତ କରୁଛି ସମରସଜ୍ଜା। ଆଜି ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧପୋତ ‘ଭାଗିର’ ସାମିଲ ହୋଇଛି ।ଆଜି ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ‘ଆଇଏନ୍ଏସ୍ ଭାଗିର’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହା ଭାରତୀୟ ନୌସେନାର ସ୍ୱତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ। ଏହା ଫ୍ରାନ୍ସ ସ୍ଥିତ ଏମଏସ ନାଭାଲ ଗ୍ରୁପ୍ ସହଯୋଗରେ ମୁମ୍ବାଇର ମାଜାଗନ୍ ଡକ୍ ସିପ୍ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଭାରତରେ ନିର୍ମିତ ହୋଇଛି। ମୁମ୍ଵାଇର ନାଭାଲ ଡକୟାର୍ଡରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାର। ଏ ସଂକ୍ରାନ୍ତରେ ବିବୃତି ଦେଇ ନୌସେନା କହିଛି, ଶତ୍ରୁକୁ ଘଉଡ଼ାଇ ଭାରତର ସାମୁଦ୍ରିକ ସ୍ବାର୍ଥ ସୁଦୃଢ଼ କରିବା ପାଇଁ ନୌସେନାର ସାମର୍ଥ୍ୟ ବୃଦ୍ଧି କରିବା ସହିତ ଏହି ବୁଡ଼ାଜାହାଜ ସଙ୍କଟ ସମୟରେ ନିର୍ଣ୍ଣାୟକ ଆକ୍ରମଣ କରିବା ଲାଗି ଇଣ୍ଟେଲିଜେନ୍ସ୍, ସର୍ଭିଲେନ୍ସ୍ ଏବଂ ରିକୋନେସାନ୍ସ୍’ (ଆଇଏସ୍ଆର୍) ପରିଚାଳନା କରିବ। ଆଣ୍ଟି ସରଫେସ ଓ୍ବାରଫେର, ଆଣ୍ଟିସବମେରିନ ଓ୍ବାରଫେର, ଇଣ୍ଟେଲିଜେନସି ଗ୍ୟାଦରିଂ, ସର୍ଭେଲାନ୍ସ ମିସନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି ଆଇଏନଏସ ଭାଗିର। କାଲଭାରି ଶ୍ରେଣୀର ଏହି ସବମେରିନ ମଧ୍ୟରୁ ଆଇଏନଏସ କାଲଭାରି, ଆଇଏନଏସ କରଞ୍ଜ, ଆଇଏନଏସ ବେଳା ଭାରତୀୟ ନୌସେନାରେ ସାମିଲ ହୋଇସାରିଛି। ସୀମା ବିବାଦ ମଧ୍ୟରେ ଉଭୟ ବାୟୁସେନା ଓ ନୌସେନା ନିଜକୁ କରୁଛନ୍ତି ଶକ୍ତିଶାଳୀ ।