ମୋଟେରା ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଏହି ଏକାଦଶ ଟିମ ସହିତ ପଡ଼ିଆକୁ ଓହ୍ଲାଇପାରେ ଭାରତ
Khabar Odisha:Sports-India-Vs-England-probable-playing-XI-of-team-India-for-day-Night-test-against-England

ନୂଆଦିଲ୍ଲୀ, ଫେବୃଆରୀ ୨୩ (ଖବର ଓଡ଼ିଶା): ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୪ଟି ଟେଷ୍ଟ ମ୍ୟାଚର ଶୃଙ୍ଖଳା ଏବେ ୧-୧ରେ ରହିଛି । ଆସନ୍ତାକାଲି ଠାରୁ ତୃତୀୟ ଟେଷ୍ଟ ମ୍ୟାଚ ବିଶ୍ୱର ସର୍ବବୃହତ୍ତ ଷ୍ଟାଡିୟମ ଅର୍ଥାତ ଗୁଜରାଟର ମୋଟେରାସ୍ଥିତ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ଟିମକୁ ପ୍ରଥମ ଟେଷ୍ଟ ମ୍ୟାଚରେ ଅତିଥି ଇଂଲଣ୍ଡ ୨୨୭ ରନରେ ପରାସ୍ତ କରିଥିଲା । ଏହା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ପୁଣି ଫର୍ମକୁ ଆସିଥିଲା ଏବଂ ୩୧୭ ରନରେ ହରାଇ ପ୍ରତିଶୋଧ ନେଇଥିଲା । ଏଥି ସହିତ ଶୃଙ୍ଖଳା ଏବେ ୧-୧ରେ ରହିଛି । 

ଏବେ ଉଭୟ ଟିମର ନଜର ୩ୟ ଟେଷ୍ଟ ମ୍ୟାଚ ଉପରେ ହିଁ ରହିଛି । ଏଥି ପାଇଁ ଭାରତ ନିଜର ଚୂଡ଼ାନ୍ତ ଏକାଦଶ ପାଇଁ ପ୍ରସ୍ତୁତି କରୁଛି । ଭାରତର ସମ୍ଭାବିତ ଦଳରେ ଶୁଭମନ ଗିଲ, ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀ ଯାଦବ, ଯଶପ୍ରୀତ ବୁମାର ଓ ଈଶାନ୍ତ ଶର୍ମାଙ୍କୁ ସ୍ଥାନ ମିଳିପାରେ । 

 

  • Tags:

Subscribe

National International State Sports Entertainment