ଗୁରୁବାର ଦିନ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କଳା ସମ୍ପତ୍ତିର ତାଲିକା ଇଡି ହାତରେ ପଡିଛି ବୋଲି ସୂଚନା ମିଳିଛି। ସୋରେନଙ୍କ ହ୍ୱାଟସଅପ୍ ଚାଟ୍ ରୁ ଏହି ସୁରାକ ମିଳିଛି। ପଚରାଉଚରା ବେଳେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୋବାଇଲରୁ ହ୍ୱାଟସ ଅପ୍ ଚାଟର ସୁରାକ ପାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ସୂଚନାଯୋଗ୍ୟ ଯେ, ସୋରେନ ଏବଂ ତାଙ୍କ ସହଯୋଗୀ ବିନୋଦ ସିଂଙ୍କ ମଧ୍ୟରେ ହୋଇଥିବା ଏହି ହ୍ୱାଟସ ଅପ୍ ଚାଟରେ ବିପୁଳ ସମ୍ପତ୍ତି ସମେତ ଏକାଧିକ ଅଧିକାରୀଙ୍କ ଟ୍ରାନ୍ସଫର, ପୋଷ୍ଟିଂ ଏବଂ ସରକାରୀ ରେକର୍ଡ ବାବଦରେ ମଧ୍ୟ ଆଲୋଚନା ହୋଇଛି। ତେବେ ମୁଖ୍ୟ କଥା ହେଉଛି ଏହି ହ୍ୱାଟସଅପ୍ ଚାଟରେ ଝାଡଖଣ୍ଡ ଷ୍ଟାଫ ସିଲେକ୍ସନ କମିଶନରେ ନିଯୁକ୍ତି ନେଇ ଆଶାୟୀଙ୍କ ଆଡମିଟ୍ କାର୍ଡ ମଧ୍ୟ ସେୟାର କରାଯାଇଥିବା ଇଡି ସୂଚନା ଦେଇଛି ।
ଅଧିକ ପଢନ୍ତୁ: ଖାରଜ ହେବ ଭାରତ-ମିଆଁମାର ମୁକ୍ତ ଯାତାୟାତ ଚୁକ୍ତି