ରାଜସ୍ଥାନ: ରେଳପଥରେ ଭୟଙ୍କର ବିସ୍ଫୋରଣ । ଯାହା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇ ଦେଇଛି। ଭାରତ-ପାକିସ୍ତାନ ସୀମାବର୍ତ୍ତୀ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଅନୂପଗଡ଼-ସୁରତଗଡ଼ ରେଳ ଲାଇନର ୫୦ ଜିବି ଗାଁ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ମଙ୍ଗଳବାର ରାତି ପ୍ରାୟ ୯ଟା ୪୫ରେ ୫୦ ରେ ଅନୁପଗଡ଼-ସୁରତଗଡ଼ ରେଳପଥରେ ଭୟଙ୍କର ବିସ୍ଫୋରଣ ହୋଇଛି।
ଏକ ପାସେଞ୍ଜର ଟ୍ରେନ ସେହି ସ୍ଥାନ ଦେଇ ଗତି କରିବାର ପ୍ରାୟ ୪୫ ମିନିଟ୍ ପରେ ଏହି ବିସ୍ଫୋରଣ ହୋଇଥିଲା। ଅଳ୍ପକେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି।
ଲୋକଙ୍କ କହିବା ଅନୁଯାୟୀ ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ଶବ୍ଦ ୨୦୦ ମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ରେଳ ଧାରଣା ତଳେ ଥିବା ଦୁଇଟି ସିମେଣ୍ଟ ସ୍ଲିପର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ଏବଂ ପଟ୍ରି ମଝିରେ ପ୍ରାୟ ୨ ଫୁଟ ଗଭୀର ଗାତ ସୃଷ୍ଟି ହୋଇଛି।
ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ସହ ଆଣ୍ଟି-ଟେରରିଷ୍ଟ ସ୍କ୍ଵାଡ୍ (ATS), IB ଏବଂ FSL (ଫୋରେନସିକ) ଟିମ୍ ପହଞ୍ଚି ଯାଞ୍ଚ ଚଳାଇଛନ୍ତି। ଏହି ରୁଟ୍ରେ ଚଳାଚଳ କରୁଥିବା ଟ୍ରେନଗୁଡ଼ିକୁ ସାମୟିକ ଭାବେ ବାତିଲ କରାଯାଇଛି ।