ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି । ଦିଲ୍ଲୀ-ଏନସିଆରରେ, ନଭେମ୍ବର ଆରମ୍ଭରୁ ବାୟୁ ପ୍ରଦୂଷଣର ଉଦବେଗଜନକ ସ୍ଥିତି ରହିଛି । ଦିଲ୍ଲୀ, ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ବାୟୁର ଗୁଣବତ୍ତା 'ଅତ୍ୟନ୍ତ ଗମ୍ଭୀର' (severe) ଏବଂ ବିପଜ୍ଜନକ ବର୍ଗରେ ପହଞ୍ଚିଛି । ବିଷାକ୍ତ ଧୂଆଁଳିଆ କୁହୁଡ଼ି ଯୋଗୁଁ ଲୋକମାନଙ୍କୁ ନିଶ୍ୱାସ ନେବାରେ ବହୁତ ଅସୁବିଧା ହେଉଛି, ଏହା ସହିତ ଆଖିରେ ଜଳାପୋଡ଼ା ଏବଂ ଗଳା ଯନ୍ତ୍ରଣା ଭଳି ସମସ୍ୟା ମଧ୍ୟ ଦେଖାଦେଉଛି।
ତଥ୍ୟ ଅନୁଯାୟୀ ଗାଜିଆବାଦରେ ପ୍ରଦୂଷଣ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ଗାଜିଆବାଦରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୬୩୬ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ, ଦିଲ୍ଲୀ ଏବଂ ନୋଏଡାର ଅଧିକାଂଶ ସ୍ଥାନରେ ମଧ୍ୟ ଏକ୍ୟୁଆଇ ୪୫୦ରୁ ଅଧିକ ରହିଛି । ଗୁରୁଗ୍ରାମରେ ଏକ୍ୟୁଆଇ ୩୬୪ରେ ପହଁଚିଛି ।
ଯଦି ମଙ୍ଗଳବାର ପାଣିପାଗକୁ ଦେଖିବା ତେବେ ସକାଳ ୮:୦୨ ସୁଦ୍ଧା, ଦିଲ୍ଲୀରେ ତାପମାତ୍ରା ୧୯°C ରହିଛି । ପାଗ ଧୂଆଁଳିଆ ରହିଛି ଏବଂ ସାମାନ୍ୟ ଖରା ମଧ୍ୟ ଦେଖାଯାଉଛି। ପବନ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ବହୁଛି । ଏହା ବ୍ୟତୀତ, ଆର୍ଦ୍ରତା ୭୭ ପ୍ରତିଶତ ରହିଛି ଏବଂ ଦୃଶ୍ୟମାନତା ୧୦ କିଲୋମିଟର ରେକର୍ଡ କରାଯାଇଛି।
ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପିଲାମାନେ, ବୟସ୍କ ବ୍ୟକ୍ତି ଏବଂ ଆଜମା (ଅସ୍ତମା) କିମ୍ବା ହୃଦ୍ରୋଗ ଥିବା ବ୍ୟକ୍ତିମାନଙ୍କୁ ଘରୁ ବାହାରକୁ ନ ଯିବାକୁ ଏବଂ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି ଏବଂ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି।