ଗତ ୨୦୨୦ମସିହାରୁ ଦୀର୍ଘ ୪ ବର୍ଷ ଧରି ଦ୍ବିପାକ୍ଷିକ ବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସହ ବ୍ୟାବସାୟିକ କାରବାର ବୃଦ୍ଧି ପାଇଁ ଭାରତ ଓ ମିଆଁମାର ମଧ୍ୟରେ ମୁକ୍ତ ଯାତାୟାତ ଆରମ୍ଭ ହୋଇଥିଲା। କିନ୍ତୁ ଏବେ ସେହି ଚୁକ୍ତି ଖାରଜ ହେବା ପାଇଁ ଯାଉଛି। ମଣିପୁରରେ ଗତ ୪ ମାସ ଧରି ଚାଲିଥିବା ହିଂସାରେ ସୀମାପାର ସହାୟତା ପ୍ରସଙ୍ଗ ନେଇ ଗୃହମନ୍ତ୍ରଣାଳୟ ଏପରି ପଦକ୍ଷେପ ଗ୍ରହଣ କରିଛି।
ସୂଚନାଯୋଗ୍ୟଯେ, ଗତ ବର୍ଷ ଅକ୍ଟୋବର ମାସରୁ ମଣିପୁରରେ ଚାଲିଥିବା ହିଂସା ପାଇଁ ଭାରତ ଓ ମିଆଁମାର ମଧ୍ୟରେ ମୁକ୍ତ ଯାତାୟାତ ଚୁକ୍ତିକୁ ଖାରଜ କରିବାକୁ ଗୃହମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି। ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ ମନ୍ତ୍ରଣାଳୟ ଭାରତ ଓ ମିଆଁମାର ମଧ୍ୟରେ ଥିବା ଅବାଧ ଚଳପ୍ରଚଳ ଚୁକ୍ତିକୁ ତୁରନ୍ତ ଖାରଜ କରିବାକୁ ସୁପାରିସ କରିଛି। ଆଗରୁ ପ୍ରଚଳିତ ଏହି ଚୁକ୍ତି ଅନୁସାରେ ଉଭୟ ଦେଶର ସୀମାଠାରୁ ୧୬ କିମି ଦୂର ଅଞ୍ଚଳ ମଧ୍ୟକୁ ଯାତାୟାତ କରିବାରେ କୌଣସି ନଥିପତ୍ରର ଆବଶ୍ୟକତା ନଥିଲା। ଫଳରେ, ୧୬୪୩ କିମି ଦୀର୍ଘ ସୀମାରେ ଉଭୟ ଦେଶର ବାସିନ୍ଦାମାନେ ଅବାଧରେ ଚଳପ୍ରଚଳ କରିପାରୁଥିଲେ। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆଭ୍ୟନ୍ତରୀଣ ସୁରକ୍ଷା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଏହା ସହିତ ମିଆଁମାର ସୀମାନ୍ତ ଉତ୍ତର-ପୂର୍ବ ଭାରତୀୟ ରାଜ୍ୟର ଜନସଂଖ୍ୟା ସ୍ଥିତିରେ ନିୟନ୍ତ୍ରଣ ରଖିବାକୁ ମୁକ୍ତ ଯାତାୟାତ ଚୁକ୍ତିକୁ ଖାରଜ କରିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର, ଶାହ ଉଭୟ ଦେଶର ସୀମାରେ ପାକିସ୍ତାନ ଓ ବାଂଲାଦେଶ ଭଳି ତାରବାଡ଼ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ତେବେ ଏହା ଦ୍ୱାରା ଉତ୍ତର-ପୂର୍ବ ଭାରତୀୟ ରାଜ୍ୟର ଜନସଂଖ୍ୟା ସ୍ଥିତିରେ ନିୟନ୍ତ୍ରଣ ତଥା ଆଭ୍ୟନ୍ତରୀଣ ସୁରକ୍ଷା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଅଧିକ ପଢନ୍ତୁ: ହଲଦ୍ୱାନୀରେ ଅଣାୟତ୍ତ ସ୍ଥିତି : ୨୪ ଘଂଟାରେ ୪ ମୃତ, ୨୫୦ ଆହତ