ଗତ ଗୁରୁବାର ଠାରୁ ଏକ ବେଆଇନ୍ ମଦ୍ରାସା ଭାଙ୍ଗିବାକୁ ନେଇ ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲା ହଲଦ୍ୱାନୀର ବନଭୁଲପୁର ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇ ପଡିଥିବା ବେଳେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ବ୍ୟାପକ ଭଙ୍ଗାରୁଜା ହୋଇଛି। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ , ଗୁରୁବାର ଦିନ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେମ୍ୟୁନିସିପାଲିଟି କର୍ପୋରେସନ ଏକ ଜେସିବି ମେସିନ ଦ୍ୱାରା ବାନବୁଲପୁରା ଅଞ୍ଚଳରେ ଥିବା ବେଆଇନ ନିର୍ମାଣ ହୋଇଥିବା ମଦ୍ରାସା ଏବଂ ମସଜିଦକୁ ଭାଙ୍ଗି ଦେଇଥିଲା। ଏହି କାର୍ଯ୍ୟାନୁଷ୍ଠାନର ପ୍ରତିକ୍ରିୟା ଏପରି ଥିଲା ଯେ ସମଗ୍ର ଅଞ୍ଚଳରେ ଏକ ହିଂସାତ୍ମକ ପରିସ୍ଥିତି ଉପୁଜିଥିଲା। ମଦ୍ରାସାକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯିବା ମାତ୍ରେ ହୋଇଥିଲା ପଥର ମାଡ଼। ଦୂରରୁ ଥାଇ ଲୋକେ ପୁଲିସ୍, ପ୍ରଶାସନିକ ଟିମ୍ ଓ ସାମ୍ବାଦିକଙ୍କ ଉପରକୁ ଆଖିବୁଜା ପଥର ଫିଙ୍ଗିଥିଲେ। ପରେ ପରେ ସେମାନେ ସେଠାରେ ଥିବା ଗାଡ଼ିମୋଟରଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ସେଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଗୋଟିଏ ପୁଲିସ୍ ଗାଡ଼ିରେ ମଧ୍ୟ ସେମାନେ ନିଆଁ ଲଗାଇ ଦେଇଥିଲେ।ପରିସ୍ଥିତି ଅତ୍ୟନ୍ତ ତୀବ୍ର ହେବାରୁ ଯେ ତୁରନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା ଏବଂ ଦଙ୍ଗାକାରୀଙ୍କୁ ଦୃଷ୍ଟିରେ ରଖି ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆକ୍ରମଣକାରୀଙ୍କୁ ଘଉଡାଇବା ପାଇଁ ପୁଲିସ ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ।
ସ୍ଥିତି ଅଣାୟତ୍ତ ହେବାରୁ ହଲଦ୍ୱାନୀ ଅଞ୍ଚଳ ପୁଲିସ୍ ଛାଉଣୀରେ ପରିଣତ ହୋଇଥିବା ବେଳେ କର୍ଫ୍ୟୁ ଜାରି କରାଯାଇଛି। ଅଧିକ ଗଣ୍ଡଗୋଳ ଆଶଙ୍କାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଗଣ୍ଡଗୋଳକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିଂସାକୁ ନଜରରେ ରଖି ଆଜି ହଲଦ୍ୱାନୀର ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି ।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତି ସମୀକ୍ଷା କରିବା ସହ ଶାନ୍ତି ରକ୍ଷା ନିମନ୍ତେ ଲୋକମାନଙ୍କୁ ଅପିଲ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି।ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।
ଅଧିକ ପଢନ୍ତୁ:ଲୋକସଭାରେ ଓଡ଼ିଶା ST-SC ତାଲିକା ସଂଶୋଧନ ବିଲ୍ ପାରିତ