ଜାମ୍ମୁ –କାଶ୍ମୀରରେ ଭୟଙ୍କର ଦୁର୍ଘଟଣା, ୭ମୃତ, ଅନେକ ଆହତ
Khabar Odisha:Seven-people-have-died-and-one-person-has-been-critically-injured-after-a-cruiser-vehicle-of-Pakal-Dul-Project-with-ten-people-on-board
ଖବର ଓଡିଶା : 24/05/2023

ପୁଣି ତାଣ୍ଡବ ରଚିଲା ମୃତ୍ୟୁ । ଭୟଙ୍କର ଦୁର୍ଘଟଣା ନେଲା ଜୀବନ । ଜାମ୍ମୁ-କାଶ୍ମୀରର କିଶତୱାଡ ଜିଲ୍ଲାରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗାଡି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସେଥି ମଧ୍ୟରୁ ଜଣେ ଗୁରୁତର ଆହତ ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ-ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

ସୂଚନା ଅନୁସାରେ, କିଶତୱାଡ ଜିଲ୍ଲା ଦଚ୍ଚନ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି । ସକାଳ ୮.୩୫ ମିନିଟ ସମୟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଦୁର୍ଘଟଣାରେ ସମ୍ପର୍କରେ ଜାଣିବା ପରେ ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, ଦଙ୍ଗରୁରୁ ଡ୍ୟାମ ସ୍ଥାନରେ ଘଟିଥିବା ଦୁର୍ଭାଗ୍ୟଜନକ ସଡକ ଦୁର୍ଘଟଣା ସମ୍ପର୍କରେ ସେ ଡକ୍ଟର ଦେବଶ ଯାଦବଙ୍କ ସହ କଥା ହୋଇଛନ୍ତି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ଡାକ୍ତରଖାନା ଡୋଡାକୁ ସ୍ଥାନାନ୍ତର କରାଯାଇଛି । ଆବଶ୍ୟକତା ଅନୁଯାୟୀ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସେପଟେ କିସ୍ତବାଡ଼ରେ ହୋଇଥିବା ଏହି ଦୁର୍ଘଟଣା ପ୍ରଥମ ନୁହେଁ, ନିକଟରେ କିଛି ଦିନ ପୂର୍ବରୁ ଚେନାବ ନଦୀ କୂଳରେ ଏକ ସେନା ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏହି ଦୁର୍ଘଟଣାରେ ଜଣେ ଫ୍ଲାଇଟ୍ ଟେକ୍ନିସିଆନଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ପାଇଲଟ ଆହତ ହୋଇଥିଲେ ।

Subscribe

National International State Sports Entertainment