ଜମ୍ମୁ ଏବଂ କାଶ୍ମୀର : ଶନିବାର ପାକିସ୍ତାନ ଦ୍ୱାରା ହୋଇଥିବା ଗୁଳିମାଡ଼ରେ ରଜୌରୀର ଅତିରିକ୍ତ ଜିଲ୍ଲା ବିକାଶ କମିଶନର (ଏଡିଡିସି) ରାଜ କୁମାର ଥାପ୍ପାଙ୍କ ମୃତ୍ୟୁ ଘଟିଛି। ଜମ୍ମୁ ଏବଂ କାଶ୍ମୀରର ସୀମାନ୍ତ ଜିଲ୍ଲାଟି ପୂର୍ଣ୍ଣ ମାତ୍ରାରେ ଆକ୍ରମଣର ଶିକାର ହୋଇଛି। ଭୋରରୁ ବିଭିନ୍ନ ସ୍ଥାନରେ ଜୋରଦାର ବିସ୍ଫୋରଣ ଶୁଣାଯାଉଛି। ତେବେ ଜାମ୍ମୁ-କାଶ୍ମୀର ପ୍ରଶାସନ ସେବାର ଜଣେ ଉତ୍ସର୍ଗୀକୃତ ଅଧିକାରୀଙ୍କ ମୃତ୍ୟୁ ପରେ ଚାରିଆଡେ ଦୁଃଖର ଛାୟା ଖେଳି ଯାଇଛି।
ତେବେ ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ ରାଜ୍ୟର ପ୍ରଶାସନିକ ସେବା ଜଣେ ଉତ୍ସର୍ଗୀକୃତ ଅଧିକାରୀଙ୍କୁ ହରାଇଛି। ଗତକାଲି ସେ ଜିଲ୍ଲା ପରିକ୍ରମା କରି ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ ଥିଲେ ଏବଂ ମୋ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନଲାଇନ୍ ବୈଠକରେ ଯୋଗ ଦେଇଥିଲେ। ଆଜି ସେହି ଅଧିକାରୀଙ୍କ ବାସଭବନ ଉପରେ ପାକ୍ ଗୁଳିବର୍ଷା ହୋଇଥିଲା କାରଣ ସେମାନେ ରାଜୌରୀ ସହରକୁ ଟାର୍ଗେଟ କରି ଆମର ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନର ଶ୍ରୀ ରାଜ କୁମାର ଥାପ୍ପାଙ୍କୁ ହତ୍ୟା କରିଥିଲେ।