ନୂଆଦିଲ୍ଲୀ: ଉତ୍ତର କେନ୍ଦ୍ରୀୟ ରେଳ ଜୋନ୍ ଅଧୀନ ପ୍ରୟାଗରାଜ ରେଳ ଡିଭିଜନ ଉତ୍ତରପ୍ରଦେଶର ଏକ କୃଷକ ସଂଗଠନକୁ ଚିଠି ଲେଖି କହିଛି ଯେ ଯଦି ସେମାନେ ଅକ୍ଟୋବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମପାଇଁ ବିନା ଟିକେଟରେ ଯାତ୍ରା କରନ୍ତି ତେବେ ରେଳ ବାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅକ୍ଟୋବର ୨ରୁ ଲକ୍ଷ୍ନୌ ସମେତ ଉତ୍ତରପ୍ରଦେଶର ବିଭିନ୍ନ ସହରରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଏଟାସ୍ଥିତ ସଂଗଠନ ଅଲ୍ ଇଣ୍ଡିଆ କିଷାନ ୟୁନିଅନ୍ (ଏବିକୟୁ) ପ୍ରସ୍ତାବ ଦେଇଛି।
ଏବିକେୟୁର ରାଷ୍ଟ୍ରୀୟ ସଭାପତିଙ୍କୁ ଲେଖିଥିବା ଚିଠିରେ କୁହାଯାଇଛି ଯେ କିଷାନ ୟୁନିୟନର କର୍ମକର୍ତ୍ତାମାନେ ସେମାନଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମ ପାଇଁ ଟ୍ରେନରେ ଯାତ୍ରା କରିବେ ଏବଂ ତାହା ମଧ୍ୟ ପୂର୍ବ ପରି ବିନା ଟିକେଟରେ ।
ରେଲୱେ ଆକ୍ଟ ୧୯୮୯ର ଧାରା ୫୫ ଅନୁଯାୟୀ କୌଣସି ବ୍ୟକ୍ତି ବିନା ଟିକେଟ କିମ୍ବା ରେଳ ଅଧିକାରୀଙ୍କ ବିନା ଅନୁମତିରେ ଟ୍ରେନରେ ଯାତ୍ରା କରିପାରିବେ ନାହିଁ । ଟିକେଟ୍ ବିହୀନ ଯାତ୍ରା ଦଣ୍ଡନୀୟ ଅପରାଧ ହୋଇଥିବାରୁ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହାବ୍ୟତୀତ ଯଦି ରେଳବାଇର କୌଣସି ଆର୍ଥିକ କିମ୍ବା ସମ୍ପତ୍ତି କ୍ଷତି ହୁଏ କିମ୍ବା କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ଆପଣ ମଧ୍ୟ ଏଥିପାଇଁ ଦାୟୀ ରହିବେ ଏବଂ ରେଳବାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।