ଅସୁସ୍ଥ ଥିଲେ ଟ୍ରେନରେ ଯାତ୍ରା କରନ୍ତୁ ନାହିଁ, ନାଗରିକମାନଙ୍କୁ ଅନୁରୋଧ କଲେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ
Khabar Odisha:Railway-Minister-Piyush-Goyal-urged-citizens-not-to-travel-by-train-if-they-were-sick
ନୂଆଦିଲ୍ଲୀ, ମେ ୨୯ (ଖବର ଓଡ଼ିଶା):

କରୋନା ଜୀବାଣୁ ମହାମାରୀ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଶ୍ରମ ଟ୍ରେନ୍ ଚଳାଚଳ କରୁଛି। ଏହି ସମୟରେ ଏହି ଯାତ୍ରା ସମୟରେ ଶ୍ରମ ଟ୍ରେନରେ କେତେକ ଶ୍ରମିକଙ୍କ ମୃତ୍ୟୁ ଖବର ଆସିଛି। ଯାହା କିଛି ରୋଗ, ଭୋକ କିମ୍ବା ପାନୀୟ ଜଳ ଅଭାବ ହେତୁ ଘଟିଥିବା ନେଇ ଜଣାପଡିଛି | ବର୍ତ୍ତମାନ ଏହି ବିଷୟରେ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଯେଉଁମାନେ ଅସୁସ୍ଥ ଅଛନ୍ତି, ସେମାନେ ଟ୍ରେନରେ ଯାତ୍ରା କରିବା ଉଚିତ ନୂହେଁ ଅତି ଜରୁରୀ ନ ହେଲେ ଆପଣ ଟ୍ରେନରେ ଯାତ୍ରା କରନ୍ତୁ ନାହିଁ  ।

ଶୁକ୍ରବାର ପୀୟୁଷ ଗୋୟଲ ଟ୍ୱିଟରରେ ଏକ ନୋଟ୍ ଜାରି କରିଛନ୍ତି। ଏହି ଟୁଇଟ୍ ରେ ପୀୟୁଷ ଗୋୟଲ ଲେଖିଛନ୍ତି, 'ମୁଁ ସମସ୍ତ ନାଗରିକଙ୍କୁ ନିବେଦନ କରୁଛି ଯେ ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ମହିଳା, ଏବଂ 65 ବର୍ଷରୁ ଅଧିକ ଏବଂ 10 ବର୍ଷରୁ କମ୍ ବୟସର ବ୍ୟକ୍ତି କେବଳ ଅତି ଜରୁରୀ ଆବଶ୍ୟକତା ଥିଲେ ହିଁ ଶ୍ରମ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରନ୍ତୁ । ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ପରିବାର ପ୍ରତିବଦ୍ଧ। '

ରେଳମନ୍ତ୍ରୀଙ୍କ ତରଫରୁ ଏହା ଲେଖାଯାଇଛି ଯେ ଗୃହ ମନ୍ତ୍ରଣାଳୟ 17 ମଇରେ ନିର୍ଦ୍ଦେଶ ଜାରି କରିଛି। ଯେଉଁଥିରେ କୁହାଯାଇଥିଲା ଯେ ଉଚ୍ଚ ରକ୍ତଚାପ, ମଧୁମେହ, ହୃଦଘାତ ଜନିତ ରୋଗୀ, କର୍କଟ ରୋଗୀ, ଗର୍ଭବତୀ ମହିଳା, 65 ବର୍ଷରୁ ଅଧିକ ଏବଂ 10 ବର୍ଷରୁ କମ୍ ବୟସର ଲୋକ ରେଳ ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ୍, ଯଦି ଆବଶ୍ୟକ ହୁଏ ତେବେ ଏହି ଯାତ୍ରା କରନ୍ତୁ |

ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ହେବ ଶ୍ରମିକ ଟ୍ରେନରେ କିଛି ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଯେଉଁଥିରେ ମୁଜାଫରପୁରରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା, ଏହା ସହ ଦାନାପୁର, ସାସରାମ, ଗୟା, ବେଗୁସରାଇ ଏବଂ ଜେହାନାବାଦରେ ମଧ୍ୟ ଜଣେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।

ଏହା ବ୍ୟତୀତ କିଛି ଶ୍ରମ ଟ୍ରେନ୍ ବହୁତ ବିଳମ୍ବରେ ଚାଲିବା ସହ ରାସ୍ତାରେ ଦିଗହରା ମଧ୍ୟ ହୋଇଛି | କିଛି ଦିନ ତଳେ ସୁରଟରୁ ବିହାରକୁ ଫେରୁଥିବା ଏକ ଟ୍ରେନ୍ ରାସ୍ତା ଭୁଲି ଯିବାରୁ ନଅ ଦିନ ପରେ ଯାଇଁ ନିଜ ଗନ୍ତବ୍ୟ ଷ୍ଟେସନରେ ପହଁଞ୍ଚିଥିଲା  । ​​ଯେଉଁଥିରେ ଶ୍ରମିକମାନେ ଖାଇବା ପିଇବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ପ୍ରସଙ୍ଗରେ ମାନବ ଅଧିକାର ଆୟୋଗ ମଧ୍ୟ ନୋଟିସ୍ ଜାରି କରିଥିଲେ ରେଳବାଇକୁ ।

  • Tags:

Subscribe

National International State Sports Entertainment