ଖବର ଓଡିଶା : 08/02/2023
ସାଧାରଣ ଲୋକଙ୍କୁ ପୁଣି ଲାଗିଲା RBI ର ବଡ ଝଟ୍କା। ପୁଣି ରେପୋ ରେଟ ବଢାଇଲା ଆରବିଆଇ । ଲଗାତର ୬ ଥର ଲାଗି ବଢ଼ାଇଛନ୍ତି ରିଜର୍ଭ ବ୍ୟାଙ୍କ । ମୁଦ୍ରାନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଆରବିଆଇର ଏହା ଚୂଡ଼ାନ୍ତ ବୃଦ୍ଧି ବୋଲି ଆଶା କରିଛନ୍ତି ବିଶେଷଜ୍ଞ । ଆଜି ରେପୋ ରେଟ୍ ଶୂନ୍ୟ ଦଶମିକ ୨୫ ପ୍ରତିଶତ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟର ୬ ଦଶମିକ ୫ ପ୍ରତିଶତ ଛୁଇଁଛି । ଏନେଇ ଆର୍ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଘୋଷଣା କରିଛନ୍ତି। ରେପୋ ରେଟ୍ ବଢ଼ିବା ଦ୍ୱାରା ସମସ୍ତ ପ୍ରକାର ଲୋନ୍ ତଥା ଋଣ ମହଙ୍ଗା ହୋଇଯିବ ବୋଲି କୁହାଯାଉଛି | ଏଥିସହ ମନିଟାରି ପଲିସି କମିଟିକୁ ଆରବିଆଇ ସ୍ୱୀକୃତି ଦେଇଛି । ଆରବିଆଇ ବୋର୍ଡର ୬ ଜଣିଆ ସଦସ୍ୟରୁ ୪ ଜଣ ମନିଟାରୀ କମିଟିକୁ ସ୍ୱୀକୃତି ଦେଇଛନ୍ତି । ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ମନିଟାରୀ ପଲିସି କମିଟି ବା ଏମପିସିର ୬ ସଦସ୍ଯଙ୍କ ମଧ୍ୟରୁ ୪ ଜଣ ସଦସ୍ୟ ୨୫ ବେସିସ ପଏଣ୍ଟ ବୃଦ୍ଧି ଲାଗି ନିଷ୍ପତ୍ତି ନେଇଛନ୍ତି।