ଆଜି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱକର୍ମା ପୂଜା ଅବସରରେ ଯୋଜନାର ଶୁଭାରମ୍ଭ କରାଯାଇଛି । ଭାରତର କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏପରି ଏକ ଯୋଜନାର ଆରମ୍ଭ କରିଛନ୍ତି ।
ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବେ କେନ୍ଦ୍ର ସରକାର। ୧୮ ବର୍ଗର କୌଳିକ ବୃତ୍ତିଧାରୀଙ୍କୁ ମିଳିବ ଏହି ସୁବିଧା। ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ସ୍ୱାଧୀନତା ଦିବସ ଅବସରରେ ଯୋଜନା ଆରମ୍ଭ ନେଇ ଘୋଷଣା କରିଥିଲେ ପ୍ରଧାମନ୍ତ୍ରୀ ମୋଦି । ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିବା ପରେ ବିଶ୍ୱକର୍ମା ପୂଜା ଅବସରରେ କାର୍ଯ୍ୟକାରୀ ହୋଇଛି । ସୁନା କାରିଗର, କମାର, ବାରିକ, ମୋଚୀ, ବଢ଼େଇ, ବୁଣାକାର, ବିଭିନ୍ନ ସାମଗ୍ରୀ ପ୍ରସ୍ତୁତକାରୀ, ଲୁହା କାରିଗର, ସୁନା କାରିଗର, କୁମ୍ଭାର, ମୂର୍ତ୍ତିକାର ଓ ରାଜମିସ୍ତ୍ରୀ ଭଳି ବିଭିନ୍ନ କୌଳିକ ବୃତ୍ତିଧାରୀ ଏହି ଯୋଜନାରେ ସୁଧ ଆକାରରେ ବ୍ୟାଙ୍କରୁ ଋଣ ଆଣିପାରିବେ। ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଆଣିପାରିବେ, ଯେଉଁଥିରେ ମାତ୍ର ୫% ସୁଧ ଦେବାକୁ ପଡିବ।
ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରମାଣପତ୍ର, ପରିଚୟପତ୍ର ପ୍ରଦାନ କରିବେ। ଏହି ପରିଚୟପତ୍ର ଆଧାରରେ ଋଣ ମିଳିବ ।ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦେଶକୁ ବଡ଼ ଭେଟି ଦିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପିଏମ୍ ବିଶ୍ୱକର୍ମା ଯୋଜନାରେ ଉପକୃତ ହେବେ ଦେଶର ୩୦ ଲକ୍ଷ ପରିବାର ।
ଦ୍ୱାରକା ଯଶୋଭୂମିରେ ଏହି ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ :- ଓଡ଼ିଆ ପୁଅଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି