ନୂଆଦିଲ୍ଲୀ: ଆସନ୍ତାକାଲି ଶନିବାର ଓଡିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର ଜ୍ଞାନେଶ କୁମାର । ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଇସିଆଇ ଜ୍ଞାନେଶ କୁମାର । ଆସନ୍ତାକାଲି ଓଡ଼ିଶାରେ ପହଞ୍ଚି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କ ଦର୍ଶନ ପରେ ଇସିଆଇ କୋଣାର୍କ ଯିବେ । ୨୮ତାରିଖରେ ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ୱର ମନ୍ଦିର ବୁଲିବେ । ୨୯ରେ ଓୟୁଏଟିରେ ବୁଥସ୍ତରୀୟ ଅଧିକାରୀଙ୍କୁ ଇସିଆଇ ସମ୍ବୋଧନ କରିବେ ।
ସୂଚନା ଅନୁଯାୟୀ ଜ୍ଞାନେଶ କୁମାର ୧୯୮୮ ବ୍ୟାଚର କେରଳ କ୍ୟାଡରର ଆଇଏଏସ୍ ଅଧିକାରୀ ଥିଲେ। ପ୍ରଥମେ ସେ ଥିରୁଅନନ୍ତପୁରମରେ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ। ୨୦୦୭ରୁ ୨୦୧୨ ଯାଏଁ ସେ ପ୍ରତିରକ୍ଷା ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ। ଏହାସହ ସେ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଅବସର ନେବାପରେ ସେ ଏବେ ଭାରତର ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ