ବେଙ୍ଗାଲୁରୁ: କର୍ଣ୍ଣାଟକର ସିଦ୍ଧରମୈୟାଙ୍କ ସରକାରେ ମନ୍ତ୍ରୀ ଥିବା ଜମୀର ଅଦମ୍ମଦଙ୍କ ବ୍ୟକ୍ତିଗତ ସଚିବଙ୍କ ବାସଭବନରେ ଲୋକାୟୁକ୍ତ ଚଢ଼ଉ କରିଛି । ବ୍ୟକ୍ତିଗତ ସଚିବ ସରଫରାଜ ଖାନଙ୍କ କାର୍ୟ୍ୟାଳୟରୁ ୧୪ କୋଟି ଟଙ୍କା ଜବତ ହୋଇଛି ।
ବେଙ୍ଗାଲୁରୁ ଲୋକାୟୁକ୍ତ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ସଚିବ ସରଫରାଜ ଖାନଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ ବେଳେ ଏହି ଟଙ୍କା ଜବତ ହୋଇଛି । ଜମୀର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କର ଜଣେ ଖାସ୍ ସହଯୋଗୀ ବୋଲି କୁହାଯାଏ । ଲୋକାୟୁକ୍ତ ଅଧିକାରୀଙ୍କ ସୂଚନା ମୁତାବକ, ସହକାରୀ ବିଭାଗ ନିର୍ଦ୍ଦେଶାଳୟ ଠାରୁ ଆରମ୍ବ କରି ଅନ୍ୟ ବିଭାଗ ସହିତ ଜଡ଼ିତ ଥିବା ସରଫରାଜ ଖାନଙ୍କ ସମସ୍ତ କାର୍ଯ୍ୟାଳୟରେ ଯାଞ୍ଚ କରାଯାଉଛି । ସରଫରାଜ ବେଙ୍ଗାଲୁରୁ ମହାନଗର ନିଗମର ମଧ୍ୟ ଯୁଗ୍ମ ଆୟୁକ୍ତ ଥିଲେ ।
ଲୋକାୟୁକ୍ତ ଅଧିକାରୀମାନେ ମଙ୍ଗଳବାର ଭୋର ଭୋର ସମୟରେ ଚାରି ଜଣ ସରକାରୀ ଅଧିକାରୀଙ୍କ ସହିତ ଜଡିତ ୧୭ଟି ସ୍ଥାନରେ ଚଢାଉ କରିଥିଲେ । ଅଧିକାରୀମାନେ କହିଛନ୍ତି ଯେ ତଲାସୀ ସମୟରେ ୧୯.୨ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ଅଧିକାରୀଙ୍କ ନିକଟରେ ୯.୮୯ କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡିଥିଲା, ଯେଉଁଥିରେ ସାତଟି ପ୍ଲଟ୍, ଚାରୋଟି ଘର, ୯.୧୭ କୋଟି ଟଙ୍କାର ଏକ ବାଣିଜ୍ୟିକ କମ୍ପ୍ଲେକ୍ସ, ୨.୦୨ ଲକ୍ଷ ଟଙ୍କା ନଗଦ, ୮.୨୨ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ୬୨ ଲକ୍ଷ ଟଙ୍କା ମୂଲ୍ୟର ଯାନବାହାନ ଅନ୍ତର୍ଭୁକ୍ତ। ଲୋକାୟୁକ୍ତ ଅଧିକାରୀମାନେ କହିଛନ୍ତି ଯେ ଜଣେ ମହିଳା ଅଧିକାରୀଙ୍କ ସମ୍ପତ୍ତି ୪.୦୯ କୋଟି ଟଙ୍କା ଆକଳନ କରାଯାଇଥିଲା।