ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିୟନରେ ଭାରତ-ପାକିସ୍ତାନ ସଂପର୍କିତ ଏକ ପ୍ରସ୍ତାବକୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି । ଅଭିଯୋଗ ହୋଇଛି ଯେ, ଅକ୍ସଫୋର୍ଡ ୟୁନିୟନର ପାକିସ୍ତାନୀ ବଂଶୋଦ୍ଭବ ଅଧ୍ୟକ୍ଷ ମୂଷା ହରାଜ ଏକ ବିତର୍କରେ ପାକିସ୍ତାନର ବିଜୟ ହୋଇଥିବା ଦାବି କରିଛନ୍ତି, ଯାହା ସେହି ଘଟଣା କେବେ ଘଟିନି । ଏହି ଘଟଣାକ୍ରମ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆଠୁ ନେଇ ଅନ୍ତର୍ଜାତୀୟ ଶୈକ୍ଷଣିକ ସଂସ୍ଥା ପର୍ଯ୍ୟନ୍ତ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ବିବାଦୀୟ ପ୍ରସ୍ତାବରେ କୁହାଯାଇଥିଲା ଯେ, ଏହି ଗୃହର କହିବା କଥା ପାକିସ୍ତାନ ପ୍ରତି ଭାରତର ନୀତି ସୁରକ୍ଷା ନୀତି ନାମରେ ବିକ୍ରି କରାଯାଉଥିବା ଏକ ଲୋଭନୀୟ ରଣନୀତି । ଏହି ପ୍ରସ୍ତାବ ଉପରେ ନଭେମ୍ବରର ଅକ୍ସଫୋର୍ଡ ୟୁନିଭର୍ସିଟିରେ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଏକ ବିତର୍କ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଏଥିରେ ଭାରତୀୟ ଛାତ୍ର ପାକିସ୍ତାନର ଯୁକ୍ତିକୁ ସଂପୂର୍ଣ୍ଣ ଭାବେ ଧ୍ୱସ୍ତ କରି ଦେଇଥିଲେ । ଏହି ବିତର୍କରେ ଭାରତର ନେତୃତ୍ୱ ନେଇଥିଲେ ମୁମ୍ବାଇରେ ଜନ୍ମିତ ତଥା ଅକ୍ସଫୋର୍ଡରେ ଆଇନ ପାଠ୍ୟକ୍ରମ କରୁଥିବା ବୀରାଂଶ ଭାନୁଶାଳୀ
ବୀରାଂଶ ନିଜର ଭାଷଣରେ ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାର ସ୍ମୃତିରୁ ନିଜର ଯୁକ୍ତି ରଖିବା ଆରମ୍ଭ କରିଥିଲେ । ସେ କହିଛନ୍ତି କେମିତି ତାଙ୍କ ପରିବାର ଏବଂ ପୂରା ମୁମ୍ବାଇ ସେହି ତିନି ରାତି ଭୟର ମାହୋଲରେ ରହିଥିଲେ । ସିଏସଏମଟି ସେହି ହମଲା ସ୍ଥାନ ମଧ୍ୟରୁ ଗୋଟିଏ ଥିଲା । ସେହି ସ୍ଥାନ ପାଇଁ ମୋ ଘରର ସଦସ୍ୟ ପ୍ରତିଦିନ ଯିବା ଆସିବା କରନ୍ତି । ଭାଗ୍ୟ ଭଲ ସେଦିନ ରାତିରେ ସେ ବଞ୍ଚି ଯାଇଥିଲେ । କିନ୍ତୁ ୧୬୬ ଜଣଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ । ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ତାଙ୍କ ଘରଠୁ ମାତ୍ର ୨୦୦ ମିଟର ଦୂରରେ ହୋଇଥିଲା । ମୁଁ ଆତଙ୍କୀ ଛାୟାରେ ବଢିଥିବା କହିଛନ୍ତି ଭାନୁଶାଳୀ ।
ପାକିସ୍ତାନ ଦ୍ୱାରା ଭାରତର ସୁରକ୍ଷା ନୀତିକୁ ନିର୍ବାଚନ ଜିତିବା ପାଇଁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବା ପରେ ଭାରତୀୟ ଛାତ୍ର ଜବାବ ଦେଇ କହିଛନ୍ତି, ଏହି ବିତର୍କକୁ ଜିତିବା ପାଇଁ ମୋତେ ବୟାନବାଜି ନୁହେଁ କେବଳ ଏକ କ୍ୟାଲେଣ୍ଡର ଦରକାର । ସେ ୧୯୯୩, ୨୦୦୮(୨୬/୧୧), ପଠାନକୋଟ, ଉରି ଓ ପୁଲୱାମା ପରି ଆତଙ୍କୀ ହମଲାର ତାରିଖ ଦର୍ଶାଇ ପଚାରିଥିଲେ ଯେ, କଣ ପ୍ରତି ଆତଙ୍କୀ ହମଲା ପଛରେ ନିର୍ବାଚନ ଥିଲା ? ଆତଙ୍କୀ ଭୋଟ୍ ପାଇଁ ଆସି ନ ଥିଲେ, ସେମାନେ ଏଥିପାଇଁ ଆସିଥିଲେ, କାରଣ ପାକିସ୍ତାନ ମାଟିରେ ସେମାନଙ୍କୁ ସଂରକ୍ଷଣ ମିଳୁଛି ।
ଭାନୁଶାଳୀ କହିଛନ୍ତି ଯଦି ଭାରତ ଲୋଭନୀୟ ନୀତି ଆପଣେଇଥାନ୍ତା ତେବେ ୨୬/୧୧ ପରେ ଯୁଦ୍ଧ କରିଥାନ୍ତା । ମାତ୍ର ସେହି ସମୟରେ ସରକାର ସଂଯମ ରହିଥିଲେ, କୂଟନୀତି ଆପଣେଇଲେ ଏବଂ ଦୁନିଆ ସାମ୍ନାରେ ପ୍ରମାଣ ରଖିଥିଲେ । ପରିଣାମ କଣ ହେଲା ? ପଠାନକୋଟ, ଉରି ଓ ପୁଲୱାମା । ସେ ବର୍ତ୍ତମାନ ସରକାରଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଅପରେସନ ସିନ୍ଦୂରକୁ ନିର୍ବାଚନୀ ଷ୍ଟଣ୍ଡ ଦର୍ଶାଇବା ଭୁଲ୍ । କାରଣ ସେତେବେଳେ ତ ନିର୍ବାଚନ ସରି ସାରିଥିଲା ।
ପାକିସ୍ତାନ ଉପେ କଡା ଶବ୍ଦରେ ହମଲା କରି ଭାନୁଶାଳୀ କହିଛନ୍ତି, ଭାରତ ଯେବେ କାର୍ଯ୍ୟାନୁଷ୍ଠାନ କରିଥାଏ ପାଇଲଟଙ୍କ ଡି ବ୍ରିଫିଂ କରାଯାଏ । ପାକିସ୍ତାନରେ ତ ଅଟୋ-ଟ୍ୟୁନିଙ୍ଗ ହୋଇଥାଏ । ଯେବେ ଆପଣ ନିଜ ଲୋକଙ୍କୁ ରୋଟି ଦେଇ ପାରୁ ନାହାନ୍ତି, ସେହି ସମୟରେ ନିଜ ଜନତାଙ୍କୁ ଯୁଦ୍ଧର ସର୍କସ ଦେଖାଉଛନ୍ତି । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଭାରତ ଯୁଦ୍ଧ ଚାହେଁ ନାହିଁ, ମାତ୍ର ଯେ ପର୍ଯ୍ୟନ୍ତ ଆତଙ୍କବାଦକୁ ବିଦେଶ ନୀତିର ହତିଆର ଭାବେ ବ୍ୟବହାର କରାଯିବ, ସେ ପର୍ଯ୍ୟନ୍ତ ଭାରତ ନିଜ ସୁରକ୍ଷା ସହ ସାଲିସ କରିବ ନାହିଁ ।