ଆଜି ଅନୁଷ୍ଠିତ ହେବ ରୋଜଗାର ମେଳା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଣ୍ଟିବେ ନିଯୁକ୍ତିପତ୍ର । ସକାଳ ପ୍ରାୟ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଦେଶର ପ୍ରାୟ ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ । ଆଉ ୪୬ଟି ସ୍ଥାନରେ ପ୍ରାୟ ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦିଆଯିବ । ଭାରତ ସରକାରଙ୍କର ଏ କାର୍ଯ୍ୟକ୍ରମ ହେଉଛି ଦେଶକୁ ଆଗକୁ ନେବା ପାଇଁ ଏକ ଭିନ୍ନ ପ୍ରୟାସ । ଏହି ପ୍ରୟାସ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭାଗ ତଥା ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି । ସାରା ଦେଶରେ ଚୟନ ହୋଇଥିବା ନୂଆ କର୍ମଚାରୀ ଯଥା - ଡାକ ବିଭାଗ, ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍ ବିଭାଗ, ରାଜସ୍ବ ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ ସମେତ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗରେ ସରକାରମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ବେକାରୀ ସମସ୍ୟାକୁ ଦେଶରୁ ଦୂର କରି ସମସ୍ତଙ୍କୁ ନିଯୁକ୍ତି ଦେବା ଓ ଦେଶକୁ ସଫଳତା ଆଡକୁ ଅଗ୍ରସର କରାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
ଆଗକୁ ପଢ଼ନ୍ତୁ : ଚୀନ ସୀମାରେ ଶକ୍ତିଶାଳୀ ହେଉଛି ଭାରତ : ୩ ବର୍ଷରେ ନିର୍ମାଣ ହୋଇଛି ୨୯୫ ପ୍ରକଳ୍ପ