ଚୀନ ସୀମାରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ଭାରତ । ଭାରତ ତାର ଭତ୍ତିଭୂମିକୁ ସୁଦୃଢ଼ କରିବାରେ ମଧ୍ୟ ଲାଗିଛି । ସୀମା ସଡକ ସଙ୍ଗଠନ(ବିଆରଓ)ଙ୍କ ସୂଚନା ଅନୁସାରେ, ଭାରତରେ ଗତ ୩ ବର୍ଷ ମଧ୍ୟରେ ୨୯୫ ପ୍ରକଳ୍ପ ନିର୍ମାଣ ହୋଇଛି । ଗତ କିଛିବର୍ଷ ମଧ୍ୟରେ ଚୀନ ସୀମାରେ ଶକ୍ତିଶାଳୀ ଭିତ୍ତିଭୂମି ନିର୍ମାଣ କରିବାପାଇଁ ପ୍ରାୟ ୩୦୦ ପ୍ରକଳ୍ପ କାର୍ଯ୍ୟ ଲାଗି ୮ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସୂଚନା ମିଳିଛି । ଭିତ୍ତିଭୂମି ନିର୍ମାଣର କାମ ଏବେ ଦ୍ରୁତଗତିରେ ଚାଲିଛି । ଆଗାମୀ ଭବିଷ୍ୟତରେ ଚୀନକୁ ପଛରେ ପକାଇଦେବ ଭାରତ । ସବୁ କ୍ଷେତ୍ରରେ ଆଉ ସବୁ ପରିସ୍ଥିତିରେ ଭାରତ ହେବ ଆଗୁଆ ଦେଶ ।
ଭାରତକୁ ଆଗକୁ ନେବାପାଇଁ ଭାରତ ସରକାର ବିଭିନ୍ନ ପ୍ରକଳ୍ପ ସହିତ ଅର୍ଥ ଓ ବୈଷୟିକ ସହଯୋଗ ଯୋଗାଇ ଦେଇଛନ୍ତି । ସରକାର ଚୀନର ସୀମାରେ ନିର୍ମାଣ ହେଉଥିବା ସମସ୍ତ ପ୍ରକଳ୍ପକୁ ପ୍ରୋତ୍ସାହନ କରିଥାନ୍ତି । ପୂର୍ବରୁ ୬୦ବର୍ଷରେ ମାତ୍ର ୨ଟି ସୁଢ଼ଙ୍ଗ ରାସ୍ତା ତିଆରି ହୋଇଥିଲା କିନ୍ତୁ ଏବେ ଗତ ୩ ବର୍ଷ ମଧ୍ୟରେ ୪ଟି ସୁଡ଼଼ଙ୍ଗ ରାସ୍ତା ତିଆରି ହୋଇଛି । ସୁଢ଼ଙ୍ଗ ରାସ୍ତା ତିଆରି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପ୍ରତିକୂଳ ପରିସ୍ଥିତିରେ ସୁଢ଼ଙ୍ଗ ସାହାଯ୍ୟରେ ଯାତାୟତ କରାଯାଇ ପାରିବ । ଭାରତ ତାର ଭତ୍ତିଭୂମିକୁ ଏତେ ଉନ୍ନତ ଓ ସୁଦୃଢ଼ କରୁଛି ଯେ, ଚୀନ ଭାରତକୁ ଦେଖିଲେ ଭୟ କରିବ । ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଭାରତ ମୁତୟନ କରିବ ବିମାନ । ଯେଉଁ ବିମାନ ଶତ୍ରୁ ଉପରେ ନଜର ରଖିବା ସହିତ ଶତ୍ରୁର ସମସ୍ତ ଠିକଣା ଦେବ ।
ଆଗକୁ ପଢ଼ନ୍ତୁ: ଚୀନ ଓ ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ବାୟୁସେନାରେ ସାମିଲ ହେବ ‘ନେତ୍ର-୧’