ପପୁଲାର ଟିଭି ଶୋ' "ଅନୁପମା" ର ଅଭିନେତା ନିତେଶ ପାଣ୍ଡେ ଆଉ ଦୁନିଆରେ ନାହାନ୍ତି
Khabar Odisha:Popular-TV-show-Anupama-actor-Nitesh-Panda-died-of-a-heart-attack-late-last-night
Khabar Odisha:24/5/2023

ଟେଲିଭିଜନ ପରଦାରେ ଆଉ ଦେଖିବାକୁ ମିଳିବନି ନିତେଶ ପାଣ୍ଡେଙ୍କ ଅଭିନୟ। ସବୁଦିନ ପାଇଁ ଦୁନିଆକୁ ଛାଡ଼ିଦେଇ ଆର ପାରିକୁ ଚାଲି ଯାଇଛନ୍ତି ଏହି ଲୋକପ୍ରିୟ ଅଭିନେତା। ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୧ ବର୍ଷ ହୋଇଥିଲା। ପପୁଲାର ଟିଭି ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ମୃତ୍ୟୁ ଖବର ଆଜି ସକାଳେ ପ୍ରଚାରିତ ହେବା ପରେ ଲୋକପ୍ରିୟ ଅଭିନେତା ନିତେଶ ପାଣ୍ଡେଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଗଭୀର ଧକ୍କା ଦେଇଛି। ଫଳରେ ପୁଣିଥରେ ଟିଭି ଇଣ୍ଡଷ୍ଟ୍ରିକୁ ଲାଗିଛି ବଡ ଝଟକା।  ପୁପୁଲାର ଟିଭି ଶୋ’ ‘ଅନୁପମା’ ଫେମ୍‌ ନିତେଶ ପାଣ୍ଡେ ମୁମ୍ବାଇ ପାର୍ଶ୍ୱବର୍ତ୍ତୀ ଇଗତପୁରୀରେ ଗତକାଲି ବିଳମ୍ବିତ ରାତିରେ ଅନ୍ତିମ ନିଶ୍ୱାସ ନେଇଛନ୍ତି । ସୋଶାଲ ମିଡିଆରେ ଫ୍ୟାନ୍ସ ନିଜ ପ୍ରିୟ ଅଭିନେତାଙ୍କୁ ଶେଷ ସମ୍ମାନ ଜଣାଉଛନ୍ତି।ନିତେଶ ପାଣ୍ଡେ ପ୍ରାୟ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଟେଲିଭିଜନ ଇଣ୍ଡଷ୍ଟ୍ରିରେ କାମ କରିଆସିଛନ୍ତି। ଛୋଟ ପରଦାରେ ତାଙ୍କ ହସ ହସ ମୁହଁ ଖୁବ୍‌ ପପୁଲାର ଥିଲା। ଅନୁପମା ଶୋ’ର ମୁଖ୍ୟ ଅଭିନେତା ସୁଧାଂଶୁ ପାଣ୍ଡେ ନିତେଶଙ୍କ ମୃତ୍ୟୁକୁ କମଫର୍ମ କରିବା ସହ ଗଭୀର ଶୋକ ପ୍ରକଟ କରିଛନ୍ତି।୯୦ ଦଶକରେ ନିତେଶ ଥିଏଟର ଦୁନିଆରେ ପାଦ ଥାପିଥିଲେ। ସେ ସିରିଏଲ ସହ ବହୁ ଫିଲ୍ମରେ ବି ସହ କଳାକାର ଭୂମିକା କରି ସାରିଛନ୍ତି। ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ ରେ ସେ ଶାହରୁଖ ଖାନଙ୍କ ଆସିଷ୍ଟାଣ୍ଟ ଭୂମିକାରେ ନଜର ଆସିଥିଲେ। ଏହାବାଦ ଫିଲ୍ମ ବଧାଇ ହୋ, ରଙ୍ଗୁନ, ହଣ୍ଟର ଦବଙ୍ଗ-୨, ବାଜି, ମେରେ ୟାର କି ସାଦି ହେ, ମଦାରୀ ପରି ଫିଲ୍ମରେ ନଜର ଆସିଥିଲେ। ନିଜ ଦମଦାର ଭଏସ୍‌ ପାଇଁ ନିତେଶ ବେଶ୍‌ ଜଣାଶୁଣା ଥିଲେ। ତାଙ୍କର ନିଜର ଏକ ପ୍ରଡକ୍ସନ ହାଉସ ଥିବା ବେଳେ ସେ ରେଡିଓ ଶୋ’ ପ୍ରଡ୍ୟୁସ୍‌ କରୁଥିଲେ। ପପୁଲାର ଶୋ’ ‘ଅନୁପମା’ରେ ସେ ଧିରଜ କପୁର ଭୂମିକାରେ ନଜର ଆସୁଥିଲେ। ହେଲେ ତାଙ୍କର ଏପରି ଅଚାନକ ମୃତ୍ୟୁକୁ ଶୋ’ର କଳାକାରଙ୍କ ସମେତ ଟିଭି ଇଣ୍ଡଷ୍ଟ୍ରିର କେହି ବି ଗ୍ରହଣ କରି ପାରୁ ନାହାନ୍ତି । 

Subscribe

National International State Sports Entertainment