ନିଲମ୍ବିତ ହେଲେ ପାଇଲଟ୍ । ମଦ ପିଇ ବିମାନ ଚଳାଉଥିବାରୁ ପାଇଲଟଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲା ଏୟାର ଇଣ୍ଡିଆ । ପାଇଲଟ ଜଣଙ୍କ ନିଜ ନିୟମାବଳୀକୁ ଉଲଘଂନ କରି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସମୟରେ ମଦ ପିଇ ବିମାନ ଚଳାଉଥିବାରୁ ଏୟାର ଇଣ୍ଡିଆ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ବିମାନ ଉଡ଼ାଣ ସମୟରେ ନିୟମ ଅଛି ଯେ, ବିମାନରେ କାମ କରୁଥିବା ସମସ୍ତ ପାଇଲଟ ଓ କରୁ ମେମ୍ବରଙ୍କର ବ୍ରେଥ୍ଲାଇଜର ଟେଷ୍ଟ୍ କରାଯାଇଥାଏ । ଏହି ଟେଷ୍ଟ କରିବା ପରେ ନିଲମ୍ବିତ ହୋଇଥିବା ପାଇଲଟ୍ ଜଣକ ମଦ୍ୟପାନ କରିଛନ୍ତି ବୋଲି ଜଣାପଡିଥିଲା । ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ ମଧ୍ୟ ସୂଚନା ଦିଆଯାଇଛି । ଏହି ଘଟଣାରେ ପାଇଲଟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଆଗକୁ ପଢ଼ନ୍ତୁ : କୁଖ୍ୟାତ ମାଫିଆ ମୁଖତାର ଅନସାରୀର ମୃତ୍ୟୁ