ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ । ଏହି ୭୩ତମ ଜନ୍ମ ଦିନରେ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଓଡିଶାର ସ୍ମୋକ୍ ଆର୍ଟିଷ୍ଟ ଦୀପକ ବିସବାଲ ଧୂଆଁରେ ପ୍ରଧାନମନ୍ତ୍ରୀଙ୍କର ଏକ ସ୍ୱତନ୍ତ୍ର ଫଟୋ ତିଆରି କରିଛନ୍ତି ।
ସେହି ଫଟୋର ବ୍ୟାକଗ୍ରାଉଣ୍ଡରେ କୋଣାର୍କର ସୂର୍ଯ୍ୟ ମନ୍ଦିରର ଚକ୍ର ସହ ଓଡିଶାର ଐତିହ୍ୟକୁ ମଧ୍ୟ ଦର୍ଶାଯାଇଛି । ଜି –୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବିଦେଶୀ ନେତାଙ୍କ ସାମ୍ନାରେ କୋଣାର୍କ ଚକ୍ରକୁ ପ୍ରଦର୍ଶନ କରିଥିଲେ । ଦୀପକ କହିଛନ୍ତି ଯେ ସେ ଏହି ଚିତ୍ରକୁ ମହମବତୀ ଧୂଆଁ, ଛୁଞ୍ଚି ଏବଂ କାନଭାସ୍ ସାହାଯ୍ୟରେ ତିଆରି କରିଛନ୍ତି । ମୋଦିଙ୍କ ଅବିକଳ ଚିତ୍ର କରି ସମସ୍ତ ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି ଦୀପକ । ସୂଚନା ଅନୁସାରେ , ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମ ଦିନ । ଏହି ଜନ୍ମଦିନ ଅବସରରେ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ବିଶ୍ବକର୍ମା ଯୋଜନା । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟ ରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ମସିହାରୁ ଭାରତ ୧୪ତମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କ ୯ ବର୍ଷ ଶାସନ କାଳ ମଧ୍ୟରେ ଦେଶ ବିଭିନ୍ନ ଅର୍ଥନୀତି, ବୈଦେଶିକ ଓ ସାମରିକ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି । କିଛି ନୂଆ ରୂପରେ ସାରା ଦେଶବାସୀମାନଙ୍କୁ ଭେଟି ଦେବେ " ବିଶ୍ବକର୍ମା ଯୋଜନା" । ବିଭିନ୍ନ କୌଳିକ ବୃତ୍ତିକୁ ନିଜର ଜୀବିକା କରିଥିବା ଲୋକଙ୍କୁ ସହାୟତା ପ୍ରଦାନ କରିବା ସହିତ ତାଙ୍କୁ ଉତ୍ସାହ ପ୍ରଦାନ କରିବା ପାଇଁ ଏକ ଭିନ୍ନ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୋଜନାରେ ପ୍ରାୟ ୧୩୦୦୦ କୋଟି ଟଙ୍କାର ବଡ଼ ପ୍ରକଳ୍ପ କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ୧୮ଟି ପାରମ୍ପରିକ ଶିଳ୍ପ ଓ ବୃତ୍ତିକୁ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କର ଏହି ଯୋଜନାରେ ଦେଶରେ ପ୍ରାୟ ୩୦ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ ।ଏହି ଯୋଜନାରେ ଦକ୍ଷତା ବିକାଶ, ଉପକରଣ ପାଇଁ ସହାୟତା, ଡିଜିଟାଲ ପାଇଁ ପ୍ରୋତ୍ସାହନ ପାଇଁ ସହାୟତା ପ୍ରଦାନ କରାଯିବ ।
ଆଗକୁ ପଢନ୍ତୁ :- ଜନ୍ମଦିନ ଅବସରରେ ସାରା ଦେଶବାସୀଙ୍କୁ ନୂଆ ଉପହାର ଭେଟି ଦେବେ ପ୍ରଧାନମନ୍ତ୍ରୀ