ନୂଆଦିଲ୍ଲୀ: ଉତ୍ତରଖଣ୍ଡରେ ଏକ ହେଲିକପ୍ଟର ମଝି ଆକାଶରେ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛି । ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସେଥିରେ ୬ ଜଣ ଯାତ୍ରୀ ଥିବାବେଳେ ସେମାନଙ୍କ ସ୍ଥିତି ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । ଶୁକ୍ରବାର ବଦ୍ରିନାଥରୁ ଡୋରାଡୁନ ଆସୁଥିବାବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ପ୍ରାଥମିକ ସୂଚନାରୁ ହେଲିକେପ୍ଟରଟି ନିଖୋଜ ହୋଇଯାଇଥିବା ଅନୁମାନ କରାଯାଇଥିଲା । ପରେ ଜୋଶୀନାଥ ଅନ୍ତର୍ଗତ ଚାଇ ଗ୍ରାମ ନିକଟରେ ହେଲିକପ୍ଟରକୁ ଖୋଜିବାକୁ ଟିମ୍ ମୁତୟନ କରାଯାଇଥିଲା । ହେଲିକପ୍ଟରଟି ଦୁର୍ଘଟଣାଗ୍ରସ ହୋଇଥିବା ଜଣାପଡ଼ିଛି । ହେଲିକପ୍ଟରରେ ୫ ଜଣ ଯାତ୍ରୀ ଓ ଜଣେ ପାଇଲଟ୍ ଥିଲେ ବୋଲି ଚମୋଲୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କ୍ୟାପଟେନ୍ ହିମାଂଶୁ ଓ ପ୍ରଥାପା, ଅରୁଣ. ଶଙ୍କର ଗୌଡ଼ା, ସୁଧୀର କେ ଏବଂ ଏସଏସ ନଟରାଜ ।
ସେଠାରେ ସର୍ଚ୍ଚ ଅପରେସନ୍ ଚାଲିଥିବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସୂଚନା ଦେଇଛନ୍ତି । ସେ କହିଲେ, "ଜୋଶୀମଠର ଚାଇ ଗାଁ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଦୁଃଖଦ ଖବର ପାଇଛି। ଜିଲ୍ଲା ପ୍ରଶାସନ, ବିପର୍ୟ୍ୟୟ ପରିଚାଳନା ବିଭାଗ ଏବଂ ଏସଡିଆରଏଫ୍ ଦ୍ୱାରା ମିଳିତ ଭାବେ ଉଦ୍ଧାର କାର୍ୟ୍ୟ ଚାଲିଛି। ସେ ବ୍ୟକ୍ତିଗତ ଭାବେ ସମଗ୍ର ପରିସ୍ଥିତି ଉପରେ ନଜର ରଖିଛି । ଗୁରୁତର ଆହତ ବ୍ୟକ୍ତିମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ତୁରନ୍ତ ହେଲିକପ୍ଟର ଯୋଗେ ଉନ୍ନତ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଧାମୀ ସମସ୍ତ ଯାତ୍ରୀଙ୍କ ସୁରକ୍ଷା କାମନା କରିଛନ୍ତି ।
ଖରାପ ପାଗ ସତ୍ତ୍ୱେ, ଶୁକ୍ରବାର ଦିନ ବଦ୍ରିନାଥକୁ ବିମାନ ଚଳାଚଳ ଜାରି ରହିଥିଲା। ଅପରାହ୍ନ ୧:୦୫ ସମୟରେ ଏକ ହେଲିକପ୍ଟର ଉଡ଼ାଣ ଆରମ୍ଭ କରି ଡେରାଡୁନ୍ରେ ପହଞ୍ଚିଲା। ଅପରାହ୍ନ ୧:୧୨ ସମୟରେ ଦ୍ୱିତୀୟ ହେଲିକପ୍ଟରଟି ଡେରାଡୁନ୍ ଅଭିମୁଖେ ବାହାରିଲା । କିନ୍ତୁ ଏହା ନିଖୋଜ ହୋଇଗଲା। ଅପରାହ୍ନ ୧:୨୦ ସମୟରେ ଆଉ ଏକ ହେଲିକପ୍ଟର ବଦ୍ରିନାଥରୁ ଉଡ଼ାଣ ଆରମ୍ଭ କଲା । ଏହା ସୁରକ୍ଷିତ ଭାବେ ଡେରାଡୁନ୍ରେ ପହଞ୍ଚିଥିଲା।