ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମ ଦିନ । ଜନ୍ମଦିନ ଅବସରରେ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ବିଶ୍ବକର୍ମା ଯୋଜନା । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଗୁଜୁରାଟ ରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ମସିହାରୁ ଭାରତ ୧୪ତମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କ ୯ ବର୍ଷ ଶାସନ କାଳ ମଧ୍ୟରେ ଦେଶ ବିଭିନ୍ନ ଅର୍ଥନୀତି, ବୈଦେଶିକ ଓ ସାମରିକ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି । କିଛି ନୂଆ ରୂପରେ ସାରା ଦେଶବାସୀମାନଙ୍କୁ ଭେଟି ଦେବେ " ବିଶ୍ବକର୍ମା ଯୋଜନା" । ବିଭିନ୍ନ କୌଳିକ ବୃତ୍ତିକୁ ନିଜର ଜୀବିକା କରିଥିବା ଲୋକଙ୍କୁ ସହାୟତା ପ୍ରଦାନ କରିବା ସହିତ ତାଙ୍କୁ ଉତ୍ସାହ ପ୍ରଦାନ କରିବା ପାଇଁ ଏକ ଭିନ୍ନ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୋଜନାରେ ପ୍ରାୟ ୧୩୦୦୦ କୋଟି ଟଙ୍କାର ବଡ଼ ପ୍ରକଳ୍ପ କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ୧୮ଟି ପାରମ୍ପରିକ ଶିଳ୍ପ ଓ ବୃତ୍ତିକୁ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କର ଏହି ଯୋଜନାରେ ଦେଶରେ ପ୍ରାୟ ୩୦ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ ।ଏହି ଯୋଜନାରେ ଦକ୍ଷତା ବିକାଶ, ଉପକରଣ ପାଇଁ ସହାୟତା, ଡିଜିଟାଲ ପାଇଁ ପ୍ରୋତ୍ସାହନ ପାଇଁ ସହାୟତା ପ୍ରଦାନ କରାଯିବ । ସୂଚନା ଅନୁସାରେ, ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ । ଏହି ପ୍ରକଳ୍ପର ଶୁଭାରମ୍ଭ ଓଡ଼ିଶାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ କରାଯିବ । ଭାରତର ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।
ଆଗକୁ ପଢ଼ନ୍ତୁ : ତାମିଲନାଡୁ ମନ୍ଦିରରେ ରହିବେ ଦେଶର ପ୍ରଥମ ୩ ମହିଳା ପୂଜକ