ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଶ୍ବର ଚାରିଆଡୁ ଶୁଭେଚ୍ଛାର ବାର୍ତ୍ତା ପଠାଉଛନ୍ତି ନେତା। ଜଣେ ବିଶ୍ବସ୍ତରର ନେତା ଭାବେ ମୋଦୀ ଆଜିର ଦିନରେ ପ୍ରସିଦ୍ଧିଲାଭ କରିଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ନେଇ କାମ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର କଲ୍ୟାଣ ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି। ଜନ୍ମଦିନ ଅବସରରେ ଲୋକପ୍ରିୟ ନେତାମାନେ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଜନତା ପାର୍ଟି(ବିଜେପି)ର ନେତାମାନେ ନରେନ୍ଦ୍ର ମୋଦୀଙ୍କୁ ଦୂରଦର୍ଶୀ ନେତା କହିଛନ୍ତି।
ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଉଛି। ଆପଣଙ୍କର ଲକ୍ଷ୍ୟ ଭାରତକୁ ସଶକ୍ତ କରିଛି। ଆପଣଙ୍କର ନେତୃତ୍ବ ଯୋଗୁଁ ଭାରତରେ ରୂପାନ୍ତରଣ ହୋଇପାରିଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ଆପଣଙ୍କର ନେତୃତ୍ବରେ ଭାରତ ଶକ୍ତିଶାଳୀ ହୋଇପାରିଛି। ଭାରତ ୨୦୪୭ ମସିହା ବେଳକୁ ବିକଶିତ ହୋଇସାରିଥିବ। ସେହି ସମୟରେ ଆର୍ଥିକ ଦୃଷ୍ଟିକୋଣରୁ ଭାରତ ସ୍ବଚ୍ଛଳ ହୋଇଥିବ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ଆପଣଙ୍କର ନେତୃତ୍ବରେ ବିକଶିତ ଭାରତ ଆଗକୁ ବଢୁଛି। ଜନ୍ମଦିନରେ ଓଡ଼ିଶା ଗସ୍ତକୁ ଓଡ଼ିଶାବାସୀ ସ୍ବାଗତ କରୁଛନ୍ତି। ମୋଦୀଙ୍କ ଜନ୍ମଦିନରେ ଅନ୍ତର୍ଜାତୀୟ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏହା ପୂର୍ବରୁ ସେ ଗାଢ଼କଣ ଯାଇ ହିତାଧିକାରୀଙ୍କ ସହ କଥା ହେବେ।
ଅଧିକ ପଢ଼ନ୍ତୁ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ