ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ କଶ୍ମୀରରେ ୮୪ଟି ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହି ପ୍ରକଳ୍ପଗୁଡ଼ିକର ମୂଲ୍ୟ ୧୫୦୦ କୋଟି ଟଙ୍କା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ ଉନ୍ନୟନ ପ୍ରକଳ୍ପ ଗୁଡ଼ିକରେ ସଡ଼କ ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ ଓ ଉଚ୍ଚ ଶିକ୍ଷା ପାଇଁ ଭିତ୍ତିଭୂମି ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଗୁଡ଼ିକର ଉଦ୍ଘାଟନ କରିବେ।
ସେହିପରି ମୋଦୀ ଚେନ୍ନାଇ-ପାଟନିଟପ-ନସାରି ସେକ୍ସନ, ଶିଳ୍ପାଞ୍ଚଳ, ୬ଟି ଡିଗ୍ରୀ କଲେଜର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୮୦୦ କୋଟି ଟଙ୍କାର କୃଷି ଓ ସମ୍ବନ୍ଧିତ ସେକ୍ଟରର ଶୁଭାରମ୍ଭ କରିବେ। ଏହା ରାଜ୍ୟର ୨୦ ଜିଲ୍ଲାର ୯୦ଟି ବ୍ଲକରେ କାମ କରୁଛି।
ଜମ୍ମୁ କଶ୍ମୀର ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦୀ ‘ସଶକ୍ତ ଯୁବ, ରୂପାନ୍ତରିତ କଶ୍ମୀର’ କାର୍ଯ୍ୟକ୍ରମରେ ଯୋଗଦେବେ ଓ ଯୁବଗୋଷ୍ଠୀ ଦ୍ବାରା ପ୍ରଦର୍ଶିତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବେ। ଏହି ଅବସରରେ ସେ ଯୁବପିଢ଼ିଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିବେ। ସରକାରଙ୍କ ଦ୍ବାରା ନିଯୁକ୍ତ ୨୦୦୦ରୁ ଲୋକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ।