ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଆଜି ନୀତି ଆୟୋଗର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଆୟୋଜିତ ଏହି ବୈଠକରେ ୨୦୪୭ ସୁଦ୍ଧା ବିକଶିତ ଭାରତର ଯୋଜନା ଉପରେ ଆଲୋଚନା କରାଯାଇଛି। ବୈଠକରେ ବିରୋଧୀ ପାର୍ଟିର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଥିଲେ। ବୈଠକ ପରେ ପ୍ରଧାନମନ୍ତ୍ରୀ ବିରୋଧୀ ପାର୍ଟିର ମୁଖ୍ୟମନ୍ତ୍ରୀଙ୍କ ସହ ବେଶ ହାସ୍ୟରୋଳ ସହ କଥା ହେଉଥିବାର ଦୁଲର୍ଭ ଚିତ୍ର ଦେଖିବାକୁ ମିଳିଛି।
ନୀତି ଆୟୋଗର ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଦେଖା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କେଉଁଭଳି ଭାବେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ସହ ବେଶ ଆନ୍ତରିକତା ସହ ମିଶୁଛନ୍ତି ତାହା ଦେଖିବାକୁ ମିଳିଛି।

ଅନ୍ୟ ଏକ ଛବିରେ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟ ଏକ ଫଟୋରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ଚନ୍ଦ୍ରବାବୁ ନାଇଡୁ ପାର୍ଟିର ଆନ୍ଧ୍ର ପ୍ରଦେଶରେ ବିଜେପିର ଏନଡିଏ ସହଯୋଗୀ। ନିକଟ ଦିନରେ ଭାଷା ବିବାଦକୁ ନେଇ ଏମକେ ଷ୍ଟାଲିନ ଓ ତାଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା।
ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଯେଉଁଠି ଭାଷା ବିବାଦ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଆପଣେଇଛନ୍ତି, ସେଠି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ଏହି ପ୍ରସଙ୍ଗରେ ମିଶ୍ରିତ ଆଭିମୁଖ୍ୟ ଦେଖିବାକୁ ମିଳିଛି। ହେଲେ ଦୁଇ ନେତା ନୀତି ଆୟୋଗ ବୈଠକ ପରେ ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହସଖୁସିର ସହ ଦେଖା କରିଛନ୍ତି।

ଅନ୍ୟ ଏକ ଫଟୋରେ କଂଗ୍ରେସ ଶାସିତ ରାଜ୍ୟ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପିଏମ ମୋଦୀଙ୍କୁ ଭେଟୁଥିବା ଦେଖିବାକକୁ ମିଳିଛି। ଏହି ଫଟୋରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ପିଏମ ମୋଦୀ ମଧ୍ୟ ବେଶ ଉତ୍ସାହର ସହ ବିରୋଧୀ ପାର୍ଟିର ମୁଖ୍ୟମନ୍ତ୍ରୀଙ୍କ ସହ ହସି ହସି କଥା ହେଉଥିବା ଦେଖିବାକୁ ମିଳିଛି।