ପିଏମ୍- କିଶାନ୍ ଯୋଜନାରେ ୧୦ କୋଟି ଚାଷିଙ୍କ ଆକାଉଣ୍ଟକୁ ୨୦,୯୦୦ କୋଟି ଟଙ୍କା ରିଲିଜ କଲେ ପ୍ରଧାନମନ୍ତ୍ରୀ ନୁଆଦିଲ୍ଲୀ, ଜାନୁଆରୀ ୦୧ (ଖବର ଓଡ଼ିଶା): Share story: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦.୦୯ କୋଟି ଚାଷିଙ୍କ ଆକାଉଣ୍ଟକୁ ପିଏମ୍- କିଶାନ୍ର ୧୦ କିସ୍ତିରେ ୨୦,୯୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ହିତାଧୀକାରିମାନଙ୍କୁ ଏହି ଟଙ୍କା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ କିଶାନ ସମ୍ନାନ ନିଧି(ପିଏମ୍-କିଶାନ୍) ଯୋଜନା ଅଧିନରେ ପ୍ରତ୍ୟେକ ଯୋଗ୍ୟ କୃଷକ ପରିବାରକୁ ବାର୍ଷିକ ତିନୋଟି କିସ୍ତିରେ ୬୦୦ ଟଙ୍କା ପ୍ରଦାନ କରୁଛନ୍ତି । ଯାହା ସିଧାସଳଖ ହିତାଧୀକାରିଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ ୩୫୧ କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ) କୁ ୧୪ କୋଟିରୁ ଅଧିକ ଇକ୍ୱିଟି ଅନୁଦାନ ପ୍ରଦାନ କରି ୧.୨୪ ଲକ୍ଷ ଚାଷୀଙ୍କୁ ଉପକୃତ କରିଥିଲେ। ଏହି ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ୨୦୨୨ ର ପ୍ରଥମ ଦିନରେ ୧୦ କୋଟି ଚାଷିଙ୍କ ଖାତାକୁ ୨୦,୯୦୦ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ଏହା ସରକାରଙ୍କ ଉଦ୍ୟମ। ଗତ ଅଗଷ୍ଟ ମାସରେ ଏହି କିସ୍ତିର ୯ମ କିସ୍ତି ପ୍ରଦାନ କରାଯାଇଥିଲା। ଆଜିର କିସ୍ତକୁ ମିଶାଇ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ୧.୮ ଲକ୍ଷ କୋଟି ଟଙ୍କା ପ୍ରଦାନ କରି ସାରିଛନ୍ତି । ଫେବୃଆରୀ ୨୦୧୯ ବଜେଟରେ ପିଏମ୍- କିଶାନ୍ ଯୋଜନା ଘୋଷଣା କରାଯାଇଥିଲା। ପ୍ରଥମ କିସ୍ତି ଡିସେମ୍ବର ୨୦୧୮ ରୁ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଥିଲା । ଖବର ଓଡ଼ିଶା, Reporter, 01/01/2022